Masthead

ନବରଙ୍ଗପୁର ପାପଡ଼ାହାଣ୍ଡିରେ ଭୋଟ ବର୍ଜନ, ଚାଲିଛି ବୁଝାସୁଝା

ପାପଡାହାଣ୍ଡି/କେସିଙ୍ଗା (ବଡ଼ ଖବର ବ୍ୟୁରୋ): ଗାଁ କୁ ଭଲ ରାସ୍ତା ନଥିବା କାରଣରୁ ଭୋଟ ବର୍ଜନ କରିଲେ ଗ୍ରାମବାସୀ । ଅନେକ ଦିନରୁ ଗ୍ରାମବାସୀ ଗୁହାରି କରି ଆସୁଥିବାବେଳେ, ତାଙ୍କ ଦାବି ପୂରଣ ନହୋଇଥିବାରୁ ଭୋଟ ବର୍ଜନ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଫଳରେ ଖାଲି ପଡିଛି ମତଦାନ କେନ୍ଦ୍ର । ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝା ସୁଝା ଚାଲିଛି । ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ବୁଝାଉଛନ୍ତି ସ୍ଥାନୀୟ ପ୍ରଶାସାନ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ପଞ୍ଚାୟତ ଅଧିନସ୍ଥ ଜବାଗୁଡ଼ା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

କିଛିବର୍ଷ ପୂର୍ବେ ଉକ୍ତ ଗ୍ରାମକୁ ଯେଉଁ ରାସ୍ତା ଯାଇଛି ତାହାର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ରାସ୍ତାର ଅବସ୍ଥା କିନ୍ତୁ ଯେମିତି ସେସିତି । ଗ୍ରାମରେ କୌଣସି ଲୋକ ରୋଗରେ ପଡିଲେ କିମ୍ବା ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସ ମଧ୍ୟ ଯାଇ ପାରୁ ନାହିଁ । ଏପରିକି ଖରାପ ରାସ୍ତା ସହିତ ଗୋଡ଼ି ଓ ପଥର, ମାଟି ବିଚ୍ଛୁରିତ ହୋଇ ପଡିଥିବା କାରଣରୁ ପ୍ରତିଦିନ ଲୋକମାନେ ବହୁ ଅସୁବିଧାରେ ଯାତାୟାତ କରୁଛନ୍ତି ।

ଏଣୁ ଅନେକ ଥର ଜିଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଥିବା ସହିତ ଏଥିପାଇଁ ଅନୁଦାନ ପ୍ରଦାନ କରିବା କରାଯାଇ ରାସ୍ତା କାର୍ଯ୍ୟ ସଠିକ୍ ଭାବେ କିପରି ସମ୍ପାଦିତ ହୋଇ ପାରିବ ସେଥିପାଇଁ ବ୍ୟବସ୍ଥା କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି । କିନ୍ତୁ ଗ୍ରାମବାସୀଙ୍କ କଥାକୁ କେହି ହେଲେ କର୍ଣ୍ଣପାତ କରିନାହାନ୍ତି । ଏପରିକି ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ ମଧ୍ୟ ଏମାନଙ୍କ କଥା ଶୁଣି ନାହାନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ଜବାଗୁଡ଼ା ଗ୍ରାମବାସୀ ।

ସେପଟେ କେସିଙ୍ଗା ବ୍ଲକ ବାହାଦୁର ପଦରର ୨୨୧ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ରାଜସ୍ବ ଗ୍ରାମ ମାନ୍ୟତା ଦାବି ରେ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ପୂର୍ବରୁ ମଧ୍ୟ ଭୋଟ ବର୍ଜନ ପାଇଁ ଘୋଷଣା କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରସାଶନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ