Masthead

ଭାଇରାଲ ହେଉଛି ବବି ମିଶ୍ରଙ୍କ ଭିଡିଓ, ମଦ ପିଇ ପଡ଼ୋଶୀଙ୍କୁ ଦେଖାଇଲେ ବନ୍ଧୁକ ମାରିଲେ ମାଡ଼

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବନ୍ଧୁକ ମୁନରେ ଡରାଉଛନ୍ତି ଓଡ଼ିଆ ସିନେ ଅଭିନେତା । ସିନେମାରେ ନୁହେଁ ସତସତିକା ଏପରି କାଣ୍ଡ କରିଛନ୍ତି ଏହି ଅଭିନେତା ଜଣକ । ଖାଲି ବନ୍ଧୁକ ଦେଖାଉନାହାନ୍ତି, ମାଡ଼ ବି ମାରୁଛନ୍ତି । ଅଭିନେତାଙ୍କ ବିରୋଧରେ ନୟାପଲ୍ଲୀ ଥାନାରେ ଏନେଇ ଅଭିଯୋଗ ହୋଇଛି । ତେବେ ଏହି ସିନେ ଅଭିନେତା ଜଣକ ହେଉଛନ୍ତି ଓଲିଉଡ଼ର ଜଣାଶୁଣା ଅଭିନେତା ବବି ମିଶ୍ର । ଗତକାଲି ନିଶାସକ୍ତ ଅବସ୍ଥାରେ ସେ ନିଜ ପଡ଼ୋଶୀଙ୍କ ସହ ଏପରି କାଣ୍ଡ କରିଛନ୍ତି । ଯାହାକୁ ନେଇ ତାଙ୍କ ପଡ଼ୋଶୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ତାଙ୍କ ପଡ଼ୋଶୀଙ୍କ ଅଭିଯୋଗ ମୁତାବକ ବବି ମିଶ୍ର ନୟାପଲ୍ଲୀ ଆଇଆରସି ଭିଲେଜର ଏନ-୧ରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । କୌଣସି କାରଣ ନେଇ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ । ଏପରିକି ଆପାର୍ଟମେଣ୍ଟର ଅନ୍ୟାନ୍ୟ ଲୋକଙ୍କ ସହ ମିଶି ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ । ତେବେ ପୋଲିସ ନିକଟରେ ଅଭିଯୋଗ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆପାର୍ଟମେଣ୍ଟ ପାଖାପାଖି ସିସି କ୍ୟାମେରାର ଯାଞ୍ଚ କରାଯାଇଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ