Masthead

ଟିକେଟ ଦୌଡ଼ରେ ଦୀପାଲିଙ୍କ ସହ ବିଶାଲ, କାହାକୁ ଭରସା କରିବେ ନବୀନ ?

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଜାନୁଆରୀ ୨୯ରେ ହୋଇଥିଲା ନବ ଦାସଙ୍କ ହତ୍ୟା । ମାର୍ଚ୍ଚ ୨୯ରେ ହେଲା ଖାଲିଥିବା ଝାରସୁଗୁଡ଼ା ଆସନ ପାଇଁ ତାରିଖ ଘୋଷଣା । ଆଉ ସମସ୍ତଙ୍କ ନଜର ନବ ଦାସଙ୍କ ପରିବାର ଉପରେ । କାରଣ ଏକଥା ସମସ୍ତେ ଜାଣନ୍ତି ଶାସକ ବିଜୁ ଜନତା ଦଳର ଟିକଟ ନବ ଦାସଙ୍କ ପରିବାରରୁ ହିଁ ଜଣଙ୍କୁ ମିଳିବ । ତେବେ ପୂର୍ବରୁ ଟିକଟ ଦୌଡ଼ରେ କେବଳ ଜଣିଏ ଥିଲେ । ନବ ଦାସଙ୍କ ଝିଅ ଦୀପାଲି ଦାସ । ନବ ବଞ୍ଚିଥିବା ବେଳେ ଦୀପାଲିଙ୍କୁ ରାଜନୀତିରେ ପ୍ରମୋଟ ବି କରୁଥିଲେ । ତେଣୁ ସମସ୍ତେ ଧରିନେଇଥିଲେ ଦୀପାଲି ଟିକଟ ପାଉଛନ୍ତି ।

କିନ୍ତୁ ଏବେ ଯାହା ଜଣାପଡ଼ୁଛି ନବଙ୍କ ଉତ୍ତରାଧିକାରୀ ଭାବେ ତାଙ୍କୁ ପୁଅ ବିଶାଲ ଦାସ ବି ଟିକଟ ଆଶାୟୀ ଅଛନ୍ତି । ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ ସେ ବିଧାୟକ ହେବାକୁ ଚାହୁଁଛନ୍ତି । ପରିବାରରେ କାହାରି ଜଣଙ୍କ ନାଁକୁ ନେଇ ସମ୍ମତି ହୋଇପାରିନାହିଁ । ତେଣୁ ଶେଷ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ଛାଡିଦେଇଛନ୍ତି ଉଭୟ । ସେ ଯାହାକୁ ଚାହିଁବେ ସେ ଲଢିବେ ବୋଲି କହିଛନ୍ତି । ଦୀପାଲି ଇମୋସନାଲ ହୋଇଯାଇଛନ୍ତି । ଯାହା ସ୍ୱାଭାବିକ ମଧ୍ୟ । ଟିକଟ ନିଷ୍ପତ୍ତି ସିଏମଙ୍କ ବୋଲି କହିଛନ୍ତି । ଠିକ୍ ସମାନ କଥା କହିଛନ୍ତି ବିଶାଲ ।

ଦୀପାଳି କହିନାହାନ୍ତି ବିଶାଲ ଟିକଟ ପାଆନ୍ତୁ କିମ୍ବା ବିଶାଲ କହିନାହାନ୍ତି ଦୀପାଲି ଟିକଟ ପାଆନ୍ତୁ । ଅର୍ଥାତ୍ ଉଭୟ ଟିକଟ ପାଇଁ ଆଶାୟୀ ଅଛନ୍ତି । କିଏ ହେବ ନବଙ୍କ ରାଜନୈତିକ ଉତ୍ତରାଧିକାରୀ? କାହାକୁ ବାଛିବ ବିଜେଡି? ଝିଅ ନା ପୁଅ? ଦୀପାଲି ନା ବିଶାଲ? ଏହାର ଉତ୍ତର ଖୁବ୍ କମ୍ ଦିନରେ ସ୍ପଷ୍ଟ ହୋଇଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି