Masthead

ଭିସୁଟ୍ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ଘଟଣା, ଲାଏ ଡିଟେକ୍ସନ ଟେଷ୍ଟ ଖୋଲିବ ରହସ୍ୟ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଭିସୁଟ୍ ଛାତ୍ରୀ ଚିନ୍ମୟୀ ଆତ୍ମହତ୍ୟା ରହସ୍ୟ । ଆଜି ଆସିପାରେ ନିର୍ଣ୍ଣାୟକ ମୋଡ । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ନା ଦୁର୍ଘଟଣା ତା ଉପରୁ ଉଠିପାରେ ପରଦା । ସେପଟେ ୨୦ରୁ ଅଧିକ ସହପାଠୀଙ୍କୁ ଜେରା କରିଛି ପୋଲିସ । ଲାଏ ଡିଟେକସନ ଟେଷ୍ଟ ସମୟରେ ପ୍ରୀତିମାନ ଓ ମାନସଙ୍କ କଥାରେ ତାଳମେଳ ରହିନଥିବା ସୂଚନା ମିଳିଛି । ଚିନ୍ମୟୀଙ୍କ ଲାପଟପ୍, ପେନଡ୍ରାଇଭ, ଡାଏରୀ ଏବେ ପୋଲିସ ହାତରେ । ଏଥିସହ ୨୦ରୁ ଅଧିକ ସହପାଠୀଙ୍କ ବୟାନ, ସମଲେଶ୍ୱରୀ ଢ଼ାବାର ସିସିଟିଭି ଫୁଟେଜ, ଚିନ୍ମୟୀଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା, ଲାଏ ଡିଟେକସନ ଟେଷ୍ଟ ରିପୋର୍ଟ, ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ତଦନ୍ତ କରୁଛି ପୋଲିସ ।

ବୁର୍ଲା ପୋଲିସର ତିନୋଟି ଟିମ ଘଟଣା ଉପରୁ ପରଦା ଉଠାଇବା ପାଇଁ ତିନିରୁ ଅଧିକ ଜିଲାରେ ଚାରି ଦିନ ହେବ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି । ପାଞ୍ଚ ଦିନ ପରେ ପୋଲିସ ଜାଣିପାରୁନି ଚିନ୍ମୟୀଙ୍କ ସନ୍ଦେହଜନକ ମୃତ୍ୟୁ ଆତ୍ମହତ୍ୟା, ହତ୍ୟା ନା ଏକ ଦୁର୍ଘଟଣା । ଲାଏ ଡିଟେକସନ ରିପୋର୍ଟ ଓ ଭିଷେରା ରିପୋର୍ଟ ମିଳିଲା ପରେ କିଛି ନିର୍ଣ୍ଣୟରେ ପହଂଚି ପାରେ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ