Masthead

ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗୁରୁବାର ଅପରାହ୍ନ ସାଢେ ପାଞ୍ଚଟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। ଏଥିରେ ୯ଟି ପ୍ରସ୍ତାବ ଥିବା କୁହାଯାଉଛି। ପଞ୍ଚାୟତ ନିର୍ବାଚନ ଆସନ ସଂରକ୍ଷଣ ସଂକ୍ରାନ୍ତ ପ୍ରସ୍ତାବ ମନ୍ତ୍ରିମଣ୍ଡଳ ସାମ୍ନାକୁ ଆସିପାରେ। ଇ-ଯାନ ଉପରେ ବି ମୋହର ଲଗାଇପାରନ୍ତି କ୍ୟାବିନେଟ୍।

ସୂଚନା ଅନୁସାରେ, ସନ୍ଧ୍ୟାରେ ରାଜ୍ୟ ଲୋକସେବା ଭବନରେ ଏହି ବୈଠକ ବସିବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ଏଥିରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂରକ୍ଷଣ ନେଇ କେତେକ ସଂଶୋଧନ ପ୍ରସ୍ତାବ ରହିବ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରାୟ ୯ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି।

ଏଥିରେ ପଞ୍ଚାୟତିରାଜ ସଂରକ୍ଷଣ ନିୟମର ସଂଶୋଧନ ପ୍ରସ୍ତାବ ସହିତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ କରାଯିବା ପାଇଁ ପ୍ରସ୍ତାବ ଆସିବ। ଏହାବାଦ୍‍ ପରିବହନ ବିଭାଗ ପକ୍ଷରୁ ‘ଇ-ଯାନ’ ନୀତି ଭଳି ବିଭିନ୍ନ ବିଭାଗର କ୍ୟାଡ଼ର ପୁନର୍ଗଠନ ସହିତ ପାନୀୟଜଳ ଯୋଗାଣ ଟେଣ୍ଡର ଭଳି କେତେକ ପ୍ରସ୍ତାବ ଆସିବାକୁ ରହିଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ