ପୁରୀରେ ଲାଗୁ ହେବନି ସପ୍ତାହାନ୍ତ ସଟଡାଉନ୍ କଟକଣା

ପୁରୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ସୋମବାର ପୁରୀରେ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀବିଗ୍ରହ । ଏଥିପାଇଁ ରଥ ଆଉ ପଥ ପ୍ରସ୍ତୁତ । ଏହାକୁ ନଜରରେ ରଖି ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ରବିବାର ରାତିରୁ ମଙ୍ଗଳବାର ରାତି ଯାଏ ସହରରେ ଲାଗୁ ହେବ କର୍ଫ୍ୟୁ। କର୍ଫ୍ୟୁକୁ ଆଖି ଆଗରେ ରଖି ଆଜି ପୁରୀରେ ଲାଗୁ ହେବନି ସପ୍ତାହାନ୍ତ ସଟଡାଉନ୍ କଟକଣା । ଶନିବାର ଥିଲେ ମଧ୍ୟ ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ସଟଡାଉନ କୋହଳ କରାଯିବା ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟ୍ କରିଛନ୍ତି ।

ପୂର୍ବରୁ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏନେଇ ବିଜ୍ଞପ୍ତି ଜାରି କରିଥିଲେ ଆସନ୍ତା ସୋମବାର ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ୧୧ ତାରିଖ ରବିବାର ରାତି ୮ଟାରୁ ୧୩ ତାରିଖ ମଙ୍ଗଳବାର ରାତି ୮ଟା ଯାଏଁ କର୍ଫ୍ୟୁ ଲାଗିବ । ସହରବାସୀ ଆଗୁଆ ଅତ୍ୟାବଶ୍ୟକ ସାମଗ୍ରୀ ସାଇତି ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ପର୍ୟ୍ୟଟକ କିମ୍ବା ଅତିଥି ପୁରୀ ସହରର ହୋଟେଲ, ଲଜ୍, ଧର୍ମଶାଳା, ଗେଷ୍ଟ ହାଉସରେ ରହୁଥିବେ ଆଜି ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। କର୍ଫ୍ୟୁ ବଳବତ୍ତର ଥିବା ସମୟରେ ବଡ଼ଦାଣ୍ଡରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଏହାବ୍ୟତୀତ ବଡ଼ଦାଣ୍ଡରେ ଥିବା କୌଣସି ଦୋକାନ ଖୋଲାଯିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’