Masthead

ପଶ୍ଚିମବଙ୍ଗ ନିର୍ବାଚନ: ମତଦାନ ବେଳେ ହିଂସାକାଣ୍ଡ

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣି ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀ ମୁହାଁ ମୁହିଁ । ଆଜି ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା । ପ୍ରଗଣା ଜିଲ୍ଲା ବିଧାନ ନଗରର ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଏହି ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି । ବିଧାନନଗର ଅଞ୍ଚଳର ଶାନ୍ତିନଗରରେ ମତଦାନ ଚାଲିଥିବାବେଳେ ଉଭୟ ଦଳର କର୍ମଚାରୀ ହିଂସାକାଣ୍ଡ ଘଟାଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁସାରେ ଶାନ୍ତିନଗର ବୁଥ ନିକଟରେ କୌଣସି କାରଣରୁ ଉଭୟ ବିଜେପି ଓ ତୃଣମୂଳ କର୍ମଚାରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଦୁଇ ଦଳର କର୍ମୀ ସେଠାରେ ଟେକା ପଥର ମାରିବା ଆରମ୍ଭ କରିଥିଲେ । ତେବେ ଏହି ପଥରମାଡ଼ ସମୟରେ ବିଧାନନଗର ବିଜେପି ବିଧାୟକ ପ୍ରାର୍ଥୀ ସବ୍ୟସାଚୀ ଦତ୍ତ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେ କହିଛନ୍ତି ତୃଣମୂଳ କଂଗ୍ରେସର କର୍ମଚାରୀମାନେ ବୁଥ ଅକ୍ତିଆର କରିବାକୁ ଚେଷ୍ଟା କରୁଥିଲେ । ଆଉ ଏଥିରେ ତାଙ୍କୁ ବିଜେପି କର୍ମୀମାନେ ଅଟକାଇଥିଲେ ।

ଯେଉଁ କାରଣରୁ ଉଭୟଦଳ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପରେ ଏହା ହିଂସାରେ ପରିଣତ ହୋଇଥିଲା ।ତେବେ ଆଜି ପଶ୍ଚିମବଙ୍ଗରେ ଚାଲିଛି ପଞ୍ଚମପର୍ଯ୍ୟାୟ ମତଦାନ କାର୍ଯ୍ୟକ୍ରମ । ଏଥିରେ ୧କୋଟିରୁ ଅଧିକ ମତଦାତା ୩୪୨ଜଣ ପାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ