Masthead

କେତେ ସୁରକ୍ଷିତ ରତ୍ନଭଣ୍ଡାର

ପୁରୀ (ବଡ଼ ଖବର ବ୍ୟୁରୋ): କେତେ ସୁରକ୍ଷିତ ରତ୍ନଭଣ୍ଡାର । ପୂର୍ବରୁ ରତ୍ନ ଭଣ୍ଡାରକୁ ନେଇ ଅନେକ ବିବାଦ ଲାଗି ରହିଥିବା ବେଳେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି । ରତ୍ନଭଣ୍ଡାରରେ ରତ୍ନ ସ୍ଥିତିକୁ ନେଇ ନେଇ ଉଠାଇଛି ପ୍ରଶ୍ନ । ଶ୍ରୀମନ୍ଦିର ସମ୍ମୁଖରେ ଦୀପ ଦାନ ସହ ଆରମ୍ଭ କରିଛି ଅଭିଯାନ । ଏବଂ ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ ରଘୁବୀର ଦାସଙ୍କ ୩୨୪ ପୃଷ୍ଠା ସମ୍ବଳିତ ରିପୋର୍ଟକୁ ସାର୍ବଜନିନ କରିବାକୁ ଉଠାଇଛି ଦାବି ।

୨୦୧୮ ମାର୍ଚ୍ଚ ୨୨ ତାରିଖରେ ଉଚ୍ଚ ନ୍ୟାୟାଳୟ ର ଆଦେଶ ଓ ୨୭ ତାରିଖରେ ରାଜ୍ୟ ସରକାରଙ୍କ ଅନୁମତି ପରେ ୧୭ ଜଣିଆ ଟିମ ରତ୍ନଭଣ୍ଡାର ଯାଞ୍ଚ କରିବାକୁ ଯାଇଥିଲେ ।ହେଲେ ବାହାର ରତ୍ନ ଭଣ୍ଡାରରୁ ସ୍ଥିତି ପରଖି ଫେରି ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ ।ପରେ ଚାବି ହଯିବା ଘଟଣା ମଧ୍ୟ ସାମ୍ନାକୁ ଆସିଲା ।

ବିଭିନ୍ନ ମହଲରେ ଆନ୍ଦୋଳନ ପରେ ଚାବି ମିଳିଥିବାର ସୂଚନା ଦିଆଗଲା ।ଅନ୍ୟପଟ ରେ ରତ୍ନ ଭଣ୍ଡାର ସ୍ଥିତି ଦୁର୍ବଳ ଅଛି । ଏନେଇ ଏଏସଆଇ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରସାସନ କିମ୍ବା ରାଜ୍ୟ ସରକାର ପକ୍ଷରୁ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ । ରତ୍ନଭଣ୍ଡାରରୁ ରତ୍ନ ଚୋରି ହୋଇଛି ବୋଲି ବିଭିନ୍ନ ବର୍ଗରୁ ଅସନ୍ତୋଷ ଦେଖାଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ