Masthead

ରାଜ୍ୟ ବିଜେପିର ଏ କି ଅବସ୍ଥା, ଜୟନାରାୟଣଙ୍କୁ କାଉଣ୍ଟର କଲେ ଅପରାଜିତା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟ ବିଜେପିର ଏ କି ଅବସ୍ଥା, ଜୟନାରାୟଣଙ୍କୁ କାଉଣ୍ଟର କଲେ ଅପରାଜିତା । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଆନ୍ଦୋଳନ କରୁଥିବା ବେଳେ ଅପରାଜିତା କହିଛନ୍ତି, ଜୟନାରାୟଣଙ୍କର ଏମିତି କରିବାର ନଥିଲା । ମହିଳା ପୋଲିସ ହୁଅନ୍ତୁ ବା ପୁରୁଷ ପୋଲିସ ହୁଅନ୍ତୁ ତାଙ୍କ ସହ ଏମିତି କରିବାର ନଥିଲା । ଆଇନ ତା ବାଟରେ ଯିବ । ଆଇନଶୃ୍ଙ୍ଖଳା ପରିସ୍ଥିତି ପାଇଁ ଆମେ ମର୍ମାହତ, ଏମିତିକି ଜୟନାରାୟଣ ମିଶ୍ର ମଧ୍ୟ ମର୍ମାହତ ବୋଲି କହିଛନ୍ତି ଅପରାଜିତା । ଗତକାଲି ଆନ୍ଦୋଳନ ବେଳେ ଧନୁପାଲ୍ଲୀ ଆଇଆଇସିଙ୍କୁ ଧକ୍କା ମାରିଥିଲେ ଜୟନାରାୟଣ । ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ଅନ୍ୟପଟେ ଜୟନାରାୟଣ କହିଥିଲେ ଆଇଆଇସି ତାଙ୍କୁ ପ୍ରଥମେ ଧକ୍କା ମାରିଥିଲେ । ଏହି ପ୍ରସଙ୍ଗରେ ଆଜି ଲୋୟର ପିଏମଜିରେ ଧାରଣା ଦେଇଛି ବିଜେଡି ମହିଳା ମୋର୍ଚ୍ଚା । ଜୟନାରାୟଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର