Masthead

କାହିଁକି ଘଟିଲା ମଣିପୁରର ନିନ୍ଦନୀୟ ଘଟଣା?

ମଣିପୁର (ବଡ଼ ଖବର ବ୍ୟୁରୋ): ମଣିପୁରକୁ ନେଇ ସାରା ଦେଶ ସ୍ତବ୍ଧ । ଚାରିଆଡେ ସୃଷ୍ଟି ହୋଇଛି ଆଲୋଡ଼ନ । ବୁଧବାର ଦୁଇ କୁକି ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇବା ତଥା ଯୌନ ନିର୍ଯାତନା ଦେବା ପ୍ରସଙ୍ଗରେ ଉଠୁଛି ପଡୁଛି ରାଜରାସ୍ତା । ସରଗରମ ଗୃହ । ତେବେ କିପରି ଥିଲା ଏହି ଘଟଣା? କାହିଁକି ଘଟିଲା ଏପରି ଲଜ୍ଜାଜନକ ଚିତ୍ର? ଏହି ଘଟଣାରେ ସାରା ଦେଶର ମୁଣ୍ଡ ନଇଁ ଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ତେବେ ଅସଲ ଘଟଣା ଫେକ ଫୋଟୋରୁ ଆରମ୍ଭ ହୋଇଥିଲା । ଯାହାକୁ କେନ୍ଦ୍ର କରି ଉପୁଜିଥିଲା ବିବାଦ । ଘଟଣା ପୂର୍ବରୁ ଭାଇରାଲ ହୋଇଥିଲା ଏକ ଫେକ ଫଟୋ । ଯେଉଁଥିରେ ଉତ୍ତେଜିତ ହୋଇଥିଲେ ମାଓବାଦୀ । ଫଟୋ ଟି ଦର୍ଶାଉଥିଲା ଯେ ରାଜ୍ୟର ଚୁରାଚାନ୍ଦପୁରରେ କୁକି ପୁରୁଷଙ୍କ ଦ୍ୱାରା ବଳାକôାର ଓ ପରେ ହତ୍ୟା କରାଯାଇଥିଲା । କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା ଏହି ଫେକ ନୁ୍ୟଜ । ଯାହାର ପ୍ରତିଶୋଧର ଶୀକାର ହୋଇଥିଲେ ଦୁଇ କୁକି ମହିଳା । ପରବର୍ତ୍ତୀ ସମୟରେ ଫଟୋରେ ଥିବା ଯୁବତୀଙ୍କର ପରିଚୟ ସାମ୍ନାକୁ ଆସିଲା । ସେ ଥିଲେ ଦିଲ୍ଲୀର ଆୟୁଷୀ ଚୌଧୁରୀ । ଯିଏ ନଭେମ୍ବର ୨୦୨୨ରେ ତାଙ୍କ ମା-ବାପାଙ୍କ ଦ୍ୱାରା ହତ୍ୟାର ଶୀକାର ହୋଇଥିଲେ । ତେବେ ଯେତେବେଳକୁ ଏହି ଖବରର ସତ୍ୟାସତ୍ୟ ସାମ୍ନାକୁ ଆସିଲା ସେତେବେଳକୁ ଦୁଇ ମହିଳାଙ୍କ ଇଜ୍ଜତ ହାଟରେ ପଡ଼ି ଦାଣ୍ଡରେ ଗଡ଼ିସାରିଥିଲା । ସାମ୍ନାକୁ ଆସିଲା ଏଭଳି ଏକ ଲଜ୍ଜାଜନକ ଘଟଣା । ଯେଉଁଠି ଭାରତକୁ ମା’ ବୋଲି ଆଖ୍ୟା ଦିଆଯାଉଛି ସେଠି ରାସ୍ତାରେ ଦୁଇ ମହିଳାଙ୍କ ଇଜ୍ଜତ ନିଲାମ କରାଗଲା । ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରୁଛନ୍ତି ଦେଶବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି