Masthead

ଯଦି ନୱାଜଙ୍କୁ ମୋଦି ଭେଟି ପାରୁଛନ୍ତି ତେବେ ଶରଦ ଆଉ ଅଜିତ କାହିଁକି ନୁହେଁ: ସଞ୍ଜୟ ରାଉତ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ମହାରାଷ୍ଟ୍ର ଏନସିପି ଅଧ୍ୟକ୍ଷ ଶରଦ ପାୱାର ଓ ବିଦ୍ରୋହୀ ଗୋଷ୍ଠୀର ନେତୃତ୍ୱ ଅଜିତ ପାୱାରଙ୍କ ମଧ୍ୟରେ ଶନିବାର ପୁଣେ ଠାରେ ଏକ ବ୍ୟବସାୟୀକ ପ୍ରତିଷ୍ଠାନ ମଧ୍ୟରେ ଭେଟ ହୋଇଛି । ଏହି ଭେଟ ବେଳେ ଉଭୟଙ୍କ ମଧ୍ୟରେ ଗୁପ୍ତ ବୈଠକ ହୋଇଥିବା କୁହାଯାଉଛି । ଯାହାକୁ ନେଇ ନାସନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାୱାର ଓ ଅଜିତ ପାୱାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ କହିଛନ୍ତି ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିପାରିବେ ତେବେ ସେମାନେ କାହିଁକି ସାକ୍ଷାତ କରିପାରିବେ ନାହିଁ।

ସେ ଏହା ମଧ୍ୟ କହିଛନ୍ତି ଯେ ଶରଦ ପାୱାର ଅଜିତ ପାୱାରଙ୍କୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ରେ ଯୋଗଦେବାକୁ ନିମନ୍ତ୍ରଣ କରିଥାଇ ପାରନ୍ତି।ସଞ୍ଜୟ ରାଉତଙ୍କୁ ପଚରାଯାଇଥିଲା ଯେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ମଧ୍ୟରେ ଏକ ବୈଠକର ଖବର ରହିଛି। ତେବେ ଉଭୟ ନେତା ସେମାନଙ୍କ କଥା ପାଳନ କରି ନାହାଁନ୍ତି। ଏହାର ଜବାବରେ ସଞ୍ଜୟ ରାଉତ ଥଟ୍ଟା କରି କହିଛନ୍ତି, ‘ଯେଉଁଠି ନୱାଜ ସରିଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିପାରିବେ, ସେଠି ଶରଦ ପାୱାର, ଅଜିତ ପାୱାରଙ୍କୁ ଭେଟି ପାରିବେ ନାହିଁ କାହିଁକି। ବୋଧହୁଏ ଶରଦ ପାୱାର ଅଜିତ ପାୱାରଙ୍କୁ ନିମନ୍ତ୍ରଣ କରିଥାଇପାରନ୍ତି ଯେ ଆପଣ କାହିଁକି ଇଣ୍ଡିଆରେ ଯୋଗ ଦେଉନାହାଁନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ