Masthead

କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା, ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅର୍ପଣ ରଥରୁ ଉଷୁନା ଚାଉଳ ମିଳିବା ପ୍ରସଙ୍ଗ । ବିଧାନସଭାରେ ବିଜେପି ବିଧାୟକଙ୍କ ହଟ୍ଟଗୋଳ । ହାତରେ ବ୍ୟାନର ଧରି ଗୃହ ମଧ୍ୟ ଭାଗରେ ଜୟ ଜଗନ୍ନାଥ ଏବଂ ଜୟ ଶ୍ରୀରାମ ନାରାବାଜି । ଗୃହ ବାହାରକୁ ଆସି ପ୍ରତିବାଦ କରିଛି ବିଜେପି । କାହା ନିର୍ଦ୍ଦେଶରେ ଅର୍ପଣ ରଥ ବାହାରିଲା ଏବଂ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଛି ଦଳ । ଶ୍ରୀ ମନ୍ଦିର ପରିଚାଳନା ସମିତିର ନୀତି ବିରୁଦ୍ଧରେ ଅର୍ପଣ ରଥ ବୁଲାଇଲେ ରାଜ୍ୟ ସରକାର । ଡାଲା ଅଟୋରେ ମହାପ୍ରଭୁଙ୍କୁ ଭିକାରୀ ସଜାଇ ବୁଲା ଗଲା । ଅର୍ପଣ ରଥରେ ମହାପ୍ରଭୁଙ୍କୁ ବୁଲାଇ ଉଷୁନା ଚାଉଳ ସହ ଅରୁଆ ଚାଉଳ ମିଶାଇ ସଂଗ୍ରହ କରାଗଲା । ଏହା ଦ୍ବାରା ମହାପ୍ରଭୁ ଜଗନ୍ନାଥଙ୍କୁ ଅପମାନ କରିଛନ୍ତି ସରକାର । ଉଷୁନା ଚାଉଳରେ ମହାପ୍ରସାଦ ରନ୍ଧା ଯାଇ ଶ୍ରୀମନ୍ଦିର ସଂସ୍କୃତିକୁ ଅପମାନିତ କରାଯାଇଛି ।

ଏହା ମହାପ୍ରଭୁଙ୍କୁ ଅପମାନ ଏବଂ ଶ୍ରୀ ମନ୍ଦିର ପରିଚାଳନା ସମିତି ବିରୁଦ୍ଧ ନୀତି । ମହାସୁଆର ନିଯୋଗ, ପରିଚାଳନା ସମିତି ଏବଂ ଗଜପତି ମହାରାଜା ନିର୍ଦ୍ଦେଶରେ ଏହା କରାଯାଇନାହିଁ । କାହା ନିର୍ଦ୍ଦେଶରେ ଅର୍ପଣ ତଥା ବାହାରିଲା ଏବଂ ଉଷୁନା ଚାଉଳକୁ ମହାପ୍ରସାଦରେ ବ୍ୟବହାର କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ଉପରେ କୁଠାରାଘାତ କରାଯାଇଛି । ଏହାର ଜବାବ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ରଖନ୍ତୁ ବୋଲି ଦାବି କରିଛି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା