Masthead

କୋଭାକ୍ସିନକୁ WHOର ଅନୁମତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭାକ୍ସିନକୁ ମିଳିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସ୍ୱୀକୃତି । ଏନେଇ ଆଜି WHO ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସେହିପରି କୋଭାକ୍ସିନଟିକା ନେଇଥିବା ଲୋକଙ୍କ ପ୍ରବେଶ ଉପରେ କିଛି ରାଷ୍ଟ୍ର ଲଗାଉଥିବା କଟକଣା ଜନିତ ସମସ୍ୟା ମଧ୍ୟ ଆଜିର ସ୍ୱୀକୃତିରେ ସମ୍ଭବତଃ ଶେଷ ହୋଇଛି। କୋଭାକ୍ସିନ ନେଇଥିବା ଭାରତୀୟମାନେ ଏବେ ଅଚିନ୍ତାରେ ବିଭିନ୍ନ ରାଷ୍ଟ୍ରକୁ ପ୍ରବେଶ କରିପାରିବେ ବୋଲି ଆଶା କରାଯାଉଛି।

ହୁ’ କୋଭାକ୍ସିନକୁ ମାନ୍ୟତା ଦେବା ପୂର୍ବରୁ ଭାରତ ବାୟୋଟେକ ଟିକାର ସୁରକ୍ଷା ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଥିଲା। ହୁ’ ଏହା ଉପରେ ସମୀକ୍ଷା କରିବା ପରେ ଶେଷରେ କୋଭାକ୍ସିନକୁ ଅନୁମତି ଦେଇଛି।ପୂର୍ବରୁ ଅକ୍ଟୋବର ୨୬ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଭାରତ ବାୟୋଟେକକୁ ଅତିରିକ୍ତ ତଥ୍ୟ ମଧ୍ୟ ମଗାଯାଇଥିଲା। ଏହାପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ଆରମ୍ଭ କରିଥିଲା। ଏହି ବୈଠକରେ କୋଭାକ୍ସିନକୁ ଅନୁମିଳି ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ