ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ଗୁଳି କରି ହତ୍ୟା । ଅତିକ ଓ ଅଶ୍ରଫ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ ହୋଇଥିଲା ଗୁଳିମାଡ଼ । ଉଭୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ନିଆଯାଉଥିବା ସମୟରେ ଘଟିଥିଲା ଘଟଣା । ଏହି ଡନ ବ୍ରଦର୍ସଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚମକାଇ ଦେଇଛି । କିନ୍ତୁ ଅତିକ୍ ଏବଂ ଅଶରଫ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ଉଭୟଙ୍କ ହତ୍ୟାରେ ଜଡିତ ତିନି ହତ୍ୟାକାରୀଙ୍କ ପ୍ରଫେସନ ଏବେ ସାମ୍ନାକୁ ଆସିଛି । ଅତିକ୍ ଅହମ୍ମଦଙ୍କୁ ଗୁଳି କରିଥିବା ଲଭଲେଶ ତିୱାରୀ ବାନ୍ଦାର ବାସିନ୍ଦା ହୋଇଥିବାବେଳେ ସନ୍ନି ସିଂ ହମିରପୁର ଏବଂ ଅରୁଣ କସଗଞ୍ଜ ଜିଲ୍ଲାରେ ରୁହନ୍ତି ।
ମିଡିଆ ରିପୋର୍ଟରେ ଅନୁଯାୟୀ ଅତିକ୍ ଅହମ୍ମଦ ଉପରକୁ ଗୁଳି ଚଳାଇଥିବା ସନ୍ନି ସିଂ, ଲାଭଲେଶ ତିୱାରୀ ଏବଂ ଅରୁଣର ପରିଚୟ ପୂର୍ବରୁ ଜଣାପଡ଼ିଥିଲା । ସନ୍ନି ସିଂ ଜଣେ ହିଷ୍ଟ୍ରିସିଟର । ତା’ ବିରୋଧରେ ୧୮ ମାମଲା ରୁଜୁ ହୋଇଛି। ଜଣେ ଯୁବତୀଙ୍କୁ ଚାପୁଡ଼ା ମାରିବା କାରଣରୁ ଲଭଲେଶ ତିୱାରୀ ମଧ୍ୟ ଜେଲ ଯାଇଥିଲା। ହମିରପୁର ଜେଲରେ ସନ୍ନି ସିଂ ଏବଂ ଲଭଲେଶ ତିୱାରର ସାକ୍ଷାତ ହୋଇଥିଲା । ଅରୁଣ ସନ୍ନି ସିଂ ସହ ପୂର୍ବରୁ ସମ୍ପର୍କ ଥିଲା । ଦୁହେଁ ସାଙ୍ଗ ଥିଲେ । ଏହି ୩ ଜଣଙ୍କୁ ହତ୍ୟା ପାଇଁ ସୁପାରି ଦିଆଯାଇଥିଲା । କେବଳ ଏତିକି ନୁହେଁ ଏମାନଙ୍କୁ ଅସ୍ତ୍ର ମଧ୍ୟ ଯୋଗାଇ ଦିଆଯାଇଛି । ତିନିଜଣ କେବଳ ହତ୍ୟା କରିବା ପାଇଁ ପ୍ରୟାଗରାଜ ଆସିଥିଲେ ।