Masthead

କିଏ ପିକେ ରୋଜି, ଯାହାଙ୍କୁ ଆଜି ମନେପକାଇଲା ଗୁଗୁଲ ?

ଆଜି ପିକେ ରୋଜିଙ୍କର ୧୨୦ତମ ଜନ୍ମ ଦିବସ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ପ୍ରଥମ ଦଳିତ ଅଭିନେତ୍ରୀ ତଥା ମାଲାୟାଲାମ ସିନେମା ଜଗତର ପ୍ରଥମ ଅଭିନେତ୍ରୀ ପିକେ ରୋଜିଙ୍କର ଆଜି ୧୨୦ତମ ଜନ୍ମ ଦିବସ । ଏହି ଅବସରରେ ଗୁଗୁଲଆଜି ରୋଜିଙ୍କୁ ମନେ ପକାଇ ତାଙ୍କ ଉଦେ୍ଦଶ୍ୟରେ ଏକ ଡୁଡଲ ପ୍ରସ୍ତୁତ କରିଛି । ଏହି ଗୁଗୁଲ୍ ଡୁଡଲରେ ଫୁଲ ଏବଂ ଫିଲ୍ମ ରିଲରେ ସଜ୍ଜିତ ରୋଜିଙ୍କ ପ୍ରତିଛବି ଦେଖିବାକୁ ମିଳୁଛି ।

ପି.କେ ରୋଜି ଫେବୃଆରୀ ୧୦, ୧୯୦୩ ରେ କେରଳର ଥିରୁବନନ୍ତପୁରମରେ ଜନ୍ମଗ୍ରହଣ କରିଥିଲେ। ଅଭିନେତ୍ରୀଙ୍କ ପ୍ରକୃତ ନାମ ଥିଲା ରାଜମା। ଅଳ୍ପ ବୟସରୁ ଅଭିନୟକୁ ଭଲ ପାଉଥିବା ରୋଜି ପ୍ରଥମରୁ ହିଁ ଅଭିନେତ୍ରୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ । ତାଙ୍କ ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା ୧୯୨୮ ମସିହାରୁ । ପି.କେ ରୋଜି ୧୯୨୮ ମସିହାରେ ମାଲାୟାଲମ୍ ଚଳଚ୍ଚିତ୍ର ଭିଗାଥାକୁମାରନ୍ (ହଜିଯାଇଥିବା ଶିଶୁ) ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହି ଚଳଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ମନମୁଗ୍ଧ କରିଦେଇଥିଲା । ପ୍ରଥମ ଚଳଚିତ୍ରରୁ ହିଁ ସେ ମାଲାୟାଲାମ ଚଳଚିତ୍ର ଜଗତରେ ପ୍ରତିଷ୍ଠିତ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ପି.କେ ରୋଜି ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା ବେଳେ ବହୁ ବିବାଦର ସମ୍ମୁଖିନ ମଧ୍ୟ ହୋଇଥିଲେ। ଫିଲ୍ମରେ ହିରୋ ରୋଜିଙ୍କ କେଶରେ ଏକ ଫୁଲକୁ ଚୁମ୍ବନ କରୁଥିବାର ଦୃଶ୍ୟ ରହିଥିଲା ।

ଏହି ଦୃଶ୍ୟ ଅନେକଙ୍କର ଭାବନାକୁ ବ୍ୟାଘାତ କରିଥିଲା । କଥା ଏତେ ଆଗୁ ବଡିଥିଲା ଯେ କିଛି ଅସାମାଜିକ ଲୋକ ରୋଜିଙ୍କ ଘର ପୋଡି ଦେବା ସହ ତାଙ୍କୁ ନିଜ ରାଜ୍ୟ ଛାଡିବାକୁ ବାଧ୍ୟ କରିଥିଲେ । କୁହାଯାଏ ସେତେବେଳେ ସେ ଏକ ଲୋରୀରେ ନିଜ ରାଜ୍ୟ ଛାଡି ତାମିଲନାଡୁ ପଳାଇଆସିଥିଲେ । ପରେ ସେ ତାମିଲନାଡୁରେ ସେହି ଲୋରୀ ଡ୍ରାଇଭରଙ୍କୁ ବିବାହ ମଧ୍ୟ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ