Masthead

କିଏ ସତ କହୁଛନ୍ତି, ମୁଖ୍ୟମନ୍ତ୍ରୀ ନା ସ୍ୱାସ୍ଥ୍ୟ ବିଭାଗ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଚାଳିଛି ସତ ମିଛର ଖେଳ । ହିତଧିକାରୀ ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ରହୁନି । ରାଜ୍ୟରେ କେତେ ପରିବାର ବିଜୁ କଲ୍ୟାଣ ଯୋଜନାରେ ଉପକୃତ ହେବେ ସେ ତଥ୍ୟ ରାଜ୍ୟ ସରକାର ଠିକ୍ କହିପାରୁ ନାହାନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ କିଏ ସତ କହୁଛି । ମୁଖ୍ୟମନ୍ତ୍ରୀ ନା ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟସ୍ତରୀୟ ୭୫ତମ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ରାଜ୍ୟର ୯୬ଲକ୍ଷ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଯୋଗାଇ ଦିଆଯିବ । କିନ୍ତୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ କହୁଛି ୯୨ଲକ୍ଷ ୫୦ ହଜାର ପରିବାର ପାଇବେ ଏହି ସୁବିଧା ।

ମଙ୍ଗଳବାର ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ଏହି ତଥ୍ୟ ଦିଆଯାଇଛି । ହିତାଧିକାରୀ ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ତାଳମେଳ ରହୁନଥିବାରୁ ଏହି ଯୋଜନାର ବାସ୍ତବଚିତ୍ର ଏବେଠୁ ଜଳ ଜଳ ହୋଇ ଦିଶିଲାଣି । କେନ୍ଦ୍ରର ଆୟୂଷମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଲାଗୁ କରି ନାହାନ୍ତି। ୨୦୧୮ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ୟ୍ୟକାରୀ କରି ଘୋଷଣା କରିଥିଲେ, କେନ୍ଦ୍ରୀୟ ଯୋଜନାଠାରୁ ରାଜ୍ୟ ଯୋଜନା ଅଧିକ ପ୍ରଭାବଶାଳୀ । ଏହା କେତେ ପ୍ରଭାବଶାଳୀ କରୋନା କାଳରେ ଜଳଜଳ ହୋଇ ଦିଶୁଛି । ସ୍ୱାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି । ୯୨ଲକ୍ଷ ୫୦ହଜାର ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେପରି ଉପକୃତ ହେବେ ଦୃଷ୍ଟି ଦେବାକୁ ତାଗିଦ୍ କରାଯାଇଛି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ଓ ମୁଖ୍ୟମନ୍ତ୍ରୀ କହୁଛନ୍ତି ୯୬ଲକ୍ଷ ପରିବାର ଉପକୃତ ହେବେ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ବିଜ୍ଞାପନ କହୁଛି ୯୨ଲକ୍ଷ ୫୦ ହଜାର ପରିବାରର ୩କୋଟି ୩ଲକ୍ଷ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପକୃତ ହେବେ । ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ୯୨ଲକ୍ଷ ୫୦ ପରିବାର ପାଇଁ ୧କୋଟି ୮୫ଲକ୍ଷ ସ୍ମାର୍ଟ କାର୍ଡ ପ୍ରସ୍ତୁତ କରିବାକୁ ଟେଣ୍ଡର ଦିଆଯାଇଛି । କେନ୍ଦ୍ର ଓ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ୯୬ଲକ୍ଷ ୭୩ ହଜାର ୪୪୫ ପରିବାରର ୩କୋଟି ୩୬ଲକ୍ଷ, ୭୪ହଜାର ୬୪୯ଜଣ ହିତାଧିକାରୀ ଅଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୯୩ଲକ୍ଷ ୪ହଜାର ୨୧୭ ପରିବାରର ୩କୋଟି ୨୫ଲକ୍ଷ ୩୮ହଜାର ୨୭ଜଣ ଉପକୃତ ହେଉଛନ୍ତି । ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ଲକ୍ଷ ୬୯ହଜାର ୨୨୮ ପରିବାରର ୧୧ଲକ୍ଷ ୩୬ହଜାର ୬୨୨ଜଣ ଫାଇଦା ଉଠାଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି