Masthead

ରିଲ ସୀତାଙ୍କ ଜୀବନର ରିଅଲ ରାମ କିଏ?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ଟେଲିଭିଜନ ଇତିହାସର ସବୁଠୁ ପପୁଲାର ପ୍ରୋଗ୍ରାମ ହେଉଛି ରାମାନନ୍ଦ ସାଗରଙ୍କ ରାମାୟଣ । ରାମାୟଣ ଯେତେବେଳେ ଦୂରଦର୍ଶନରେ ପ୍ରସାରିତ ହେଉଥିଲା ସେତେବେଳେ ଲୋକେ ସବୁ କାମ ଛାଡି ଟିଭି ଆଗରେ ବସି ରହୁଥିଲେ । ରାମାୟଣରେ ସୀତା ଭୂମିକାରେ ଅଭିନୟ କରୁଥିବା ଦୀପିକା ଚିଖଲିଆ ଟୋପିୱାଲାଙ୍କୁ ହିଁ ସତରେ ସୀତା ବୋଲି ଭାବି ନେଇଥିଲେ । ସେହି ରାମ ସୀତାଙ୍କ ଯୋଡ଼ିକୁ ଖୁବ ଆଦର ମିଳିଥିଲା । ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରାସରିତ ହେବାର ଏତେ ବର୍ଷ ହେଲାଣି । ତା ସତ୍ତ୍ୱେ ଲୋକଙ୍କ ମଧ୍ୟରେ ଲୋକପ୍ରିୟତା କମିନି । ଆଜିବି ରାମ ସୀତାଙ୍କ ଯୋଡ଼ି କଥା କହିଲେ ସେହି ୨ଜଣଙ୍କ ଫଟୋ ହିଁ ଆଖି ସାମ୍ନାକୁ ଚାଲି ଆସେ । କୋଭିଡ ସମୟରେ ଯେତେବେଳେ ଦୂରଦର୍ଶନରେ ପୁଣି ଥରେ ରାମାୟଣ ପ୍ରସାରିତ ହେଲା ସେତେବେଳେ ତା ଲୋକପ୍ରିୟତା ଆହୁରୀ ଶୀର୍ଷ ସ୍ଥାନକୁ ଛୁଇଁଲା । ଏହାରି ଭିତରେ ଅନେକ ରାମାୟଣ ତିଆରି ହୋଇଛି କିନ୍ତୁ ରାମାନନ୍ଦଙ୍କ ରାମାୟଣ ଭଳି ଲୋକପ୍ରିୟତା ଅନ୍ୟ କୌଣସି ରାମାୟଣ ପାଇନାହିଁ ।

ଦୀପିକା ଚିଖଲିଆ ଟୋପିୱାଲାଙ୍କୁ ସମସ୍ତେ ଅରୁଣ ଗୋବିଲଙ୍କ ସୀତା ବୋଲି ଜାଣନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ତାଙ୍କର ରାମ ହେଉଛନ୍ତି ହେମନ୍ତ ଟୋପିୱାଲା । କିଛି ଫଟୋ ଚିତ୍ର ଦେଖନ୍ତୁ, ୟେ ହେଉଛନ୍ତି ଦୀପିକାଙ୍କର ସ୍ୱାମୀ । ଦୀପିକା ଚିଖଲିଆ ୨୩ ନଭେମ୍ବର ୧୯୯୧ରେ ହେମନ୍ତ ଟୋପିୱାଲାଙ୍କୁ ବିବାଦ କରିଥିଲେ । ତାଙ୍କର ୨ଟି ସନ୍ତାନ ଅଛି । ତାଙ୍କର ପରିବାର ବେଶ ହସ ଖୁସିରେ ଚାଲିଛି । ସେ ସୀତା ଭୂମିକାକୁ ବେଶି ପପୁଲାର । ଯେମିତି ଅରୁଣ ଗୋବିଲଙ୍କୁ ଲୋକେ ରାମ ଭୂମିକା ଛଡା ଅନ୍ୟ କୌଣସି ଭୂମିକାରେ ଗ୍ରହଣ କଲେ ନାହିଁ ସେମିତି ଦୀପିକାଙ୍କୁ ମଧ୍ୟ ସୀତା ଭାବି ପୂଜା କରନ୍ତି । ସୀତା ଭାବରେ ଦୀପିକା ଯେଉଁ ଭଲପାଇବା ପାଇଛନ୍ତି, ଯେଉଁ ଆଦର ଆଉ ସମ୍ମାନ ପାଇଛନ୍ତି ତାହା ଆଉ କେହି ପାଇନାହାନ୍ତି । ଅନ୍ୟ କୌଣସି ଚରିତ୍ରରେ ତାଙ୍କ ଅଭିନୟକୁ କେହି କେବେ ଗ୍ରହଣ କଲେ ନାହିଁ । କେବଳ ରାମାୟଣ ନୁହେଁ ଅନେକ ହିନ୍ଦି ଫିଲ୍ମ, ସିରିଏଲ ସେ କରିଛନ୍ତି କିନ୍ତୁ ସେଭଳି ଲୋକପ୍ରିୟତା ପାଇନାହାନ୍ତି । କେବଳ ସୀତା ଭୂମିକାରେ ହିଁ ତାଙ୍କ ଜୀବନ ସୀମିତ ରହିଗଲା । ଏତେ ବର୍ଷ ପରେ ବି ଯେତେବେଳେ ମା ସୀତାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ହୁଏ ଦୀପିକାଙ୍କ ନାଁ ହିଁ ସାମ୍ନାକୁ ଆସେ । କିଛି ଦିନ ପୂର୍ବେ ଦୀପିକା ନିଜର ସେଇ ସୀତା କ୍ୟାରେକ୍ଟରକୁ ମନେ ପକାଇ ସେଇ ପୁରୁଣା ଲୁକରେ ସାମ୍ନାକୁ ଆସିଥିଲେ । ସେତେବେଳେ ମଧ୍ୟ ତାଙ୍କୁ ଖୁବ ଭଲପାଇବା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି