Masthead

୧୭ ବର୍ଷ ତଳେ କିଏ ନେଇଥିଲେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ଭତ୍ସର୍ନା କଲେ ସୁପ୍ରିମକୋର୍ଟ । ହାଇକୋର୍ଟ ରାୟକୁ କାଏମ ରଖିଲେ । ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ବେଦାନ୍ତ କମ୍ପାନୀକୁ ଟେକିଦେବା ବିରୋଧରେ ଲଢୁଥିବା ବ୍ୟକ୍ତିବିଶେଷଙ୍କ ବିଜୟ ହୋଇଛି । ଆଉ ଏପଟେ ଏ ଘଟଣାକୁ ରାଜନୀତି ବଢିବାରେ ଲାଗିଛି । ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ହୋଇଥିଲା । ସରକାରରେ ବିଜେପି-ବିଜେଡି ମିଶିକରି ଥିଲେ । ଆଉ ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେଡିକୁ ଏକା ଦାୟୀ କରି ତୀବ୍ର ସମାଲୋଚନା କରିଛି ବିଜେପି ।

ସମ୍ବିତ ପାତ୍ର ପ୍ରେସମିଟ୍ କରି କହିଛନ୍ତି, ନ୍ୟାୟର ଜିତ୍ ହୋଇଛି । ରାଜ୍ୟ ସରକାର ଚାଷୀଙ୍କ ଜମି, ଗୋଚର ଏପରିକି ନଦୀ ଲୁଟିବାକୁ ଘରୋଇ କମ୍ପାନୀକୁ କିଭଳି ଅନୁମତି ଦେଇଥିଲେ ସେ ଷଡ଼ଯନ୍ତ୍ର ପର୍ଦ୍ଦାଫାଶ ହୋଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଖିବା ପରେ ଯାହା କହିବି । ଆମେ ଯାହା କଲେ ବିରୋଧୀ ଙ୍କୁ ଭଲ ଦେଖାଯିବନି । ଆମେ ଲୋକଙ୍କ ପାଖେ ଉତ୍ତରଦାୟୀ ।

ଲୋକଙ୍କ ପାଇଁ ଯାହା ଭଲ ହେବ ରାଜ୍ୟ ସରକାର ତାହା କରିବେ । କଂଗ୍ରେସ କହିଛି, ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣଛେଦ ପଡ଼ିବା ସ୍ୱାଗତଯୋଗ୍ୟ । କାରଣ ଜଗନ୍ନାଥ ଜମିକୁ ସେ ନେଇଥାନ୍ତା । ରାଜ୍ୟ ସରକାର ଗୁରୁତର ସହ ନେଇନଥିଲେ । ଜମି ଡିଲ ପାଇଁ ବେଦାନ୍ତ ଅପେକ୍ଷା ରାଜ୍ୟ ସରକାର ବେଶୀ ଆଗ୍ରହ ଦେଖାଇଥିଲେ । ବେଦାନ୍ତକୁ ଜଗନ୍ନାଥଙ୍କ ଜମି ଦେବାକୁ ନେଇ ବଦନାମ ହୋଇଥିଲେ ରାଜ୍ୟ ସରକାର ।

ଲୋକପାଳ, ହାଇକୋର୍ଟଙ୍କ ଝଟକା ପରେ ସୁପ୍ରିମକୋର୍ଟ ଯାଇଥିଲେ । ସେଠାରେ ବି ସରକାରଙ୍କୁ ଝଟକା ଲାଗିଛି । ଏହି ନିଷ୍ପତ୍ତି ବେଳେ ବିଜେପିର ଏବେର ରାଜ୍ୟ ସଭାପତି ମନମୋହନ ସାମଲ ଥିଲେ ରାଜସ୍ୱ ମନ୍ତ୍ରୀ । ସେହିଭଳି ଏବେ କଂଗ୍ରେସ ନେତା ଥିବା ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ସହ ଯୋଡ଼ିହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା