୧୭ ବର୍ଷ ତଳେ କିଏ ନେଇଥିଲେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପକୁ ଭତ୍ସର୍ନା କଲେ ସୁପ୍ରିମକୋର୍ଟ । ହାଇକୋର୍ଟ ରାୟକୁ କାଏମ ରଖିଲେ । ଜଗନ୍ନାଥଙ୍କ ଅମୃତମଣୋହି ଜମିକୁ ବେଦାନ୍ତ କମ୍ପାନୀକୁ ଟେକିଦେବା ବିରୋଧରେ ଲଢୁଥିବା ବ୍ୟକ୍ତିବିଶେଷଙ୍କ ବିଜୟ ହୋଇଛି । ଆଉ ଏପଟେ ଏ ଘଟଣାକୁ ରାଜନୀତି ବଢିବାରେ ଲାଗିଛି । ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନିଷ୍ପତ୍ତି ହୋଇଥିଲା । ସରକାରରେ ବିଜେପି-ବିଜେଡି ମିଶିକରି ଥିଲେ । ଆଉ ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେଡିକୁ ଏକା ଦାୟୀ କରି ତୀବ୍ର ସମାଲୋଚନା କରିଛି ବିଜେପି ।

ସମ୍ବିତ ପାତ୍ର ପ୍ରେସମିଟ୍ କରି କହିଛନ୍ତି, ନ୍ୟାୟର ଜିତ୍ ହୋଇଛି । ରାଜ୍ୟ ସରକାର ଚାଷୀଙ୍କ ଜମି, ଗୋଚର ଏପରିକି ନଦୀ ଲୁଟିବାକୁ ଘରୋଇ କମ୍ପାନୀକୁ କିଭଳି ଅନୁମତି ଦେଇଥିଲେ ସେ ଷଡ଼ଯନ୍ତ୍ର ପର୍ଦ୍ଦାଫାଶ ହୋଇଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ଦେଇ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଖିବା ପରେ ଯାହା କହିବି । ଆମେ ଯାହା କଲେ ବିରୋଧୀ ଙ୍କୁ ଭଲ ଦେଖାଯିବନି । ଆମେ ଲୋକଙ୍କ ପାଖେ ଉତ୍ତରଦାୟୀ ।

ଲୋକଙ୍କ ପାଇଁ ଯାହା ଭଲ ହେବ ରାଜ୍ୟ ସରକାର ତାହା କରିବେ । କଂଗ୍ରେସ କହିଛି, ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣଛେଦ ପଡ଼ିବା ସ୍ୱାଗତଯୋଗ୍ୟ । କାରଣ ଜଗନ୍ନାଥ ଜମିକୁ ସେ ନେଇଥାନ୍ତା । ରାଜ୍ୟ ସରକାର ଗୁରୁତର ସହ ନେଇନଥିଲେ । ଜମି ଡିଲ ପାଇଁ ବେଦାନ୍ତ ଅପେକ୍ଷା ରାଜ୍ୟ ସରକାର ବେଶୀ ଆଗ୍ରହ ଦେଖାଇଥିଲେ । ବେଦାନ୍ତକୁ ଜଗନ୍ନାଥଙ୍କ ଜମି ଦେବାକୁ ନେଇ ବଦନାମ ହୋଇଥିଲେ ରାଜ୍ୟ ସରକାର ।

ଲୋକପାଳ, ହାଇକୋର୍ଟଙ୍କ ଝଟକା ପରେ ସୁପ୍ରିମକୋର୍ଟ ଯାଇଥିଲେ । ସେଠାରେ ବି ସରକାରଙ୍କୁ ଝଟକା ଲାଗିଛି । ଏହି ନିଷ୍ପତ୍ତି ବେଳେ ବିଜେପିର ଏବେର ରାଜ୍ୟ ସଭାପତି ମନମୋହନ ସାମଲ ଥିଲେ ରାଜସ୍ୱ ମନ୍ତ୍ରୀ । ସେହିଭଳି ଏବେ କଂଗ୍ରେସ ନେତା ଥିବା ବିଜୟ ପଟ୍ଟନାୟକ ମୁଖ୍ୟ ଶାସନ ସଚିବ ପଦରୁ ଅବସର ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରକଳ୍ପ ସହ ଯୋଡ଼ିହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ