Masthead

ପୁଣି ଲେଉଟିବ କି ଲକଡାଉନ !

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଗିଡିବାରେ ଲାଗିଛି କରୋନା ସ୍ଥିତି । ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂକ୍ରମଣ । ସେପଟେ ଓଡିଶା ପାଇଁ ଚିନ୍ତା ବଢାଇଲାଣି ସୁରତ । ଗୁଜୁରାଟ ସୁରତରେ ମଙ୍ଗଳବାର ମଧ୍ୟ ରାତ୍ରିରୁ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏନେଇ ଅଧିକାଂଶ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରାଯାଇଛି । ସୁରତ ସହରରୁ ପ୍ରତ୍ୟକ ଦିନ ୨ଶହରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡ଼ିଛି ।

୨ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ଟପିଛି । ତେବେ ପ୍ରବାସୀମାନେ ପୁଣି ଭିଟାମାଟି ମୁହାଁ ହେବାକୁ ପ୍ରସ୍ତୁତ ହେଉଥିବା ନେଇ ସୂଚନା ମିଳିବା ପରେ ଓଡିଶାରେ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଉଚିତ । ଓଡ଼ିଶାର ପ୍ରାୟ ୪ରୁ ୫ ଲକ୍ଷ ଶ୍ରମିକ ସୁରତରେ କାମ କରନ୍ତି ।

ଗତବର୍ଷ ଲକଡାଉନରେ ପ୍ରବାସୀ ଶ୍ରମିକ ଗଂଜାମ ଫେରିବା ପରେ ପ୍ରଥମେ ଗଂଜାମରେ ୨ ଜଣ କରୋନା ପଜେଟିଭ ବାହାରିଥିଲେ । ପରେ ଗଂଜାମ ହଟସ୍ପଟ ଜୋନ ପାଲଟିଥିଲା । ଏବେ ସମାନ ପରିସ୍ଥିତି ନ ଦୋହରାଇବା ପାଇଁ ସରକାର ଓ ଜିଲ୍ଲା ପ୍ରଶାସନ ସଜାଗ ରହିବା ସହିତ ପଦେକ୍ଷପ ନେବା ଜରୁରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା