Masthead

କାହିଁକି ଦୁର୍ବଳ ହେଲା ‘ୟାଶ’?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଦୁଇ ସପ୍ତାହରେ ଦୁଇଟି ବାତ୍ୟା । ୧୫ ଦିନ ମଧ୍ୟରେ ଦେଶରେ ୨ଟି ବାତ୍ୟା ‘ତାଉତେ’ ଓ ‘ୟାଶ୍’ ଆସିଛି । ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ମେ ୧୭ରେ ‘ତାଉତେ’ ଗୁଜରାଟ ଉପକୂଳରେ ମାଡ଼ ହୋଇଥିଲା । ୧୬୦ରୁ ୧୭୦ କିଲୋମିଟର ଘଣ୍ଟାପ୍ରତି ବେଗରେ ‘ତାଉତେ’ ତାଣ୍ଡବ ରଚିଥିଲା । ‘ତାଉତେ’ ଗୁଜରାଟ ଉପକୂଳ ପାର୍ କରିବା ବେଳେ ଏକ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଏହା ସହ ମିଶିଥିଲା । ଫଳରେ ଉଭୟ ଉଭୟଙ୍କୁ ପ୍ରଭାବିତ କରିବା ପରେ ‘ତାଉତେ’ ଗୁଜରାଟ ଉପକୂଳ ପାର ହେବା ପରେ ଦୁର୍ବଳ ନହୋଇ ୩୩ ଘଣ୍ଟା ଯାଏ ବାତ୍ୟା ରୂପ ଧାରଣ କରିଥିଲା । ଏହି ବାତ୍ୟା ଲାକ୍ଷାଦୀପରେ ସୃଷ୍ଟି ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

‘ତାଉତେ’ ପଶ୍ଚିମ ଉପକୂଳର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଭାବିତ କରିଥିଲା । ବାତ୍ୟା ‘ତାଉତେ’ ସରୁ ସରୁ ଆଉ ଏକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା । ୨୨ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇ ଅତି ଭୀଷଣ ବାତ୍ୟାର ରୂପ ନେଇଥିଲା । ଆଜି ଏହା ଉପକୂଳ ଛୁଇଁଛି । ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିଥିଲା । ‘ୟାଶ’ର ପ୍ରଭାବ ଆଜି ଓ ଆସନ୍ତାକାଲି ଝାଡ଼ଖଣ୍ଡରେ ରହିବ । ଓଡ଼ିଶାରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ଉତ୍ତରଓଡ଼ିଶା ସହ ପଶ୍ଚିମବଙ୍ଗରେ ଅଧିକ ବର୍ଷା ହୋଇଛି । ୟାଶ ଯଦିଓ ଟିକିଏ ଦୁର୍ବଳ ଥିଲା ତଥାପି ‘ତାଉତେ’ ଅପେକ୍ଷା ୟାଶ ପ୍ରଭାବରେ ଅଧିକ ବର୍ଷା ହୋଇଛି ।

ୟାଶ ପ୍ରଭାବରେ ସର୍ବାଧିକ ୨୯ ମିଲିମିଟର ବର୍ଷା ହୋଇଥିବା ବେଳେ ‘ତାଉତେ’ ପ୍ରଭାବରେ ୨୩ ମିଲିମିଟର ବର୍ଷା ହୋଇଥିଲା । ୟାଶ ଯୋଗୁଁ ସମୁଦ୍ରରେ ୪ ମିଟର ଉଚ୍ଚ ଜୁଆର ଆସିଥିଲା । ବାତ୍ୟା ୟାଶ ୧ହଜାର କିଲୋମିଟର ଅଞ୍ଚଳରେ ପ୍ରଭାବ ପକାଇଥିବା ବେଳେ ‘ତାଉତେ’ ୧୮୦୦ କିଲୋମିଟର ବ୍ୟାପିଥିଲା । ଆସନ୍ତାକାଲି ସକାଳ ସୁଦ୍ଧା ୟାଶ ଅବପାତର ରୂପ ନେଇ ଝାଡ଼ଖଣ୍ଡ ଚାଲିଯିବ । ‘ତାଉତେ’ ବାତ୍ୟା ଉପକୂଳ ଛୁଇଁବା ବେଳେ ଘଣ୍ଟାପ୍ରତି ବେଗ ୧୪ କିଲୋମିଟର ଥିଲା । ୟାସ୍ ଉପକୂଳ ପାର୍ କରିବା ବେଳେ ବେଗ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଅତିକ୍ରମ କରିଥିଲା । ଫଳରେ ‘ତାଉତେ’ ତୁଳନାରେ ୟାଶ କମ୍ କ୍ଷତି ଘଟାଇଥିଲା । ସେହିଭଳି କୌଣସି ବାତ୍ୟା ଅଧିକ ସମୟ ସ୍ଥଳଭାଗରେ ରହିଲେ ଅଧିକ କ୍ଷୟକ୍ଷତି ହୋଇଥାଏ । ୟାଶ ବହୁତ ଶୀଘ୍ର ଦୁର୍ବଳ ହୋଇଛି । ଉପକୂଳ ପାର୍ ପରେ ୟାଶ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଥିବା ବେଳେ କିଛି ଘଣ୍ଟା ପରେ ବାତ୍ୟାରେ ପରିଣତ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ