Masthead

ଜଣଙ୍କ ପାଇଁ ସମସ୍ତେ କାହିଁକି ଦୋଷୀ ହେବେ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଗୃହ ଚାଲିପାରୁନି । ବାଧ୍ୟ ହୋଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଧାନସଭାରେ ବକ୍ତବ୍ୟ ରଖିଛନ୍ତି । ଜଣେ ପୋଲିସ କର୍ମଚାରୀଙ୍କ କାର୍ଯ୍ୟ ଯୋଗୁଁ ସମଗ୍ର ପୋଲିସ ବାହୀନୀକୁ ଅଯଥାରେ ଅପରାଧୀ ଆଖ୍ୟା ଦିଆଯାଇଛି । ଏହା ହେଉଛି ରାଜ୍ୟ ପୋଲିସ ଓ ଗୃହରକ୍ଷୀ ବାହିନୀରେ କାର୍ଯ୍ୟରତ ୯୦ ହଜାର ଓଡିଆ ଯୁବକଯୁବତୀ ଓ ସେମାନଙ୍କ ପରିବାର ପାଇଁ ଅପମାନ ।

ଓଡିଶାର ଜନସାଧାରଣଙ୍କର ଧନଜୀବନ ସୁରକ୍ଷା ପାଇଁ ଦିନରାତି କାମ କରୁଥିବା ତଥା ଗତ ଦୁଇ ଦଶନ୍ଧି ଧରି ବାମପନ୍ଥୀ ଉଗ୍ରବାଦୀମାନଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ଶହ ଶହ ପୋଲିସ କର୍ମଚାରୀ ମାନଙ୍କ ପ୍ରତି ଏହା ହେଉଛି ସଂପୂର୍ଣ୍ଣ ଭାବରେ ସମ୍ବେଦନହୀନତା ଓ ରାଜନୈତିକ ସୁବିଧାବାଦର ପରିଚାୟକ। ଓଡିଶା ପୋଲିସର ଓଡ୍ରାଫ ଯବାନ ଓ ଅଗ୍ନିଶମସେବାର କର୍ମଚାରୀମାନେ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସେମାନଙ୍କ ଜୀବନକୁ ବାଜି ଲଗାଇ ସେମାନଙ୍କ ଉତ୍ସର୍ଗୀକୃତ ସେବା ଦ୍ବାରା ଧନଜୀବନର ସୁରକ୍ଷା କରିଛନ୍ତି ।

ଆମ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରେ ଆମ ପୋଲିସ ବାହିନୀ ଯେଭଳି ପ୍ରଶଂସନୀୟ କାର୍ଯ୍ୟ କରିଛି, ସେଥିପାଇଁ ମୁଁ ଗର୍ବ ଅନୁଭବ କରୁଛି । ଏକ ପରିପକ୍ବ ଗଣତନ୍ତ୍ର ଭାବରେ ଆମେ ଅନାବଶ୍ୟକ ଭାବରେ ରାଜ୍ୟ ଶାସନ ବ୍ୟବସ୍ଥାର ଗୁରୁତ୍ବପୂର୍ଣ୍ଣ ଅଂଗ ଗୁଡିକ ନିନ୍ଦିତ କରିବା ଓ ଭୟଙ୍କର ଭାବରେ ଚିତ୍ରଣ କରିବାରୁ ବିରତ ରହିବା ଉଚିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି