Masthead

କଂଗ୍ରେସ ଟିକେଟ ନଦେଲେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲି କୁଲ୍ ଆଜି ଆଗ୍ରେସିଭ୍ । କାଲି ନିରବ ଆଜି ଆଟାକ୍ । ନିଲମ୍ବନ ପରେ ବିସ୍ଫୋରଣ । ମୁହଁ ଖୋଲିଲେ ଜୋରଦାର ଆଟାକ୍ କଲେ । ରାଜ୍ୟ ହାଇକମାଣ୍ଡ ଉପରେ ପ୍ରଶ୍ନ ଉଠାଇଲେ । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି । ଯାହାଙ୍କ ପାଦ ତଳେ ମାଟି ନଥାଏ । ନିଜ ଚୌକି ସୁରକ୍ଷିତ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି । କୁହନ୍ତୁ ଯେ, ମୁଁ କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛି? ଦଳକୁ ଏକାଠି କରିବାକୁ ଏକ କାର୍ଯ୍ୟ କରିଥିଲି । ହେଲେ ଦଳ ମତେ ବୁଝିପାରିଲାନି । ସେଥିପାଇଁ ମୁଁ ଦୁଃଖିତ । ୨୦୨୪ ଦଳର ମୁଖ୍ୟ କିଏ ଥିବ? କିଏ ଦଳର ଟିକେଟ ବାଂଟିବେ ଜଣାପଡ଼ିବ । କଂଗ୍ରେସ ଟିକେଟ ନଦେଲେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବି ।

ସାମୟିକ ଭାବରେ ଦଳରୁ ସସପେଣ୍ଡ ହୋଇଛି, ଆଗକୁ ହୁଏତ ଉଠିପାରେ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ବିରୋଧୀ କାର୍ଯ୍ୟ କରିଥିବା କହି ପିସିସି ସଭାପତି ଶରତ ପଟ୍ଟନାୟକ ହାଇକମାଣ୍ଡକୁ ଜଣାଇଥିଲେ । ଏହାପରେ ଏଆଇସିସି ଏହି ଦୁଇ ନେତାଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେପଟେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ ପିସିସି ସଭାପତିଙ୍କୁ ବିରୋଧ କରିବା ସହ ତାଙ୍କ କାର୍ଯ୍ୟଶୈଳୀ ଉପରେ ଲାଗାଇଛନ୍ତି ପ୍ରଶ୍ନ ଚିହ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି