Masthead

କଂଗ୍ରେସ ଟିକେଟ ନଦେଲେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବି: ମହମ୍ମଦ ମୋକିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାଲି କୁଲ୍ ଆଜି ଆଗ୍ରେସିଭ୍ । କାଲି ନିରବ ଆଜି ଆଟାକ୍ । ନିଲମ୍ବନ ପରେ ବିସ୍ଫୋରଣ । ମୁହଁ ଖୋଲିଲେ ଜୋରଦାର ଆଟାକ୍ କଲେ । ରାଜ୍ୟ ହାଇକମାଣ୍ଡ ଉପରେ ପ୍ରଶ୍ନ ଉଠାଇଲେ । କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଏଭଳି କରିଛନ୍ତି । ଯାହାଙ୍କ ପାଦ ତଳେ ମାଟି ନଥାଏ । ନିଜ ଚୌକି ସୁରକ୍ଷିତ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦଳର ମୁଖ୍ୟ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି । କୁହନ୍ତୁ ଯେ, ମୁଁ କ’ଣ ଦଳ ବିରୋଧୀ କାର୍ଯ୍ୟ କରିଛି? ଦଳକୁ ଏକାଠି କରିବାକୁ ଏକ କାର୍ଯ୍ୟ କରିଥିଲି । ହେଲେ ଦଳ ମତେ ବୁଝିପାରିଲାନି । ସେଥିପାଇଁ ମୁଁ ଦୁଃଖିତ । ୨୦୨୪ ଦଳର ମୁଖ୍ୟ କିଏ ଥିବ? କିଏ ଦଳର ଟିକେଟ ବାଂଟିବେ ଜଣାପଡ଼ିବ । କଂଗ୍ରେସ ଟିକେଟ ନଦେଲେ ସ୍ୱାଧୀନ ଭାବରେ ନିର୍ବାଚନ ଲଢିବି ।

ସାମୟିକ ଭାବରେ ଦଳରୁ ସସପେଣ୍ଡ ହୋଇଛି, ଆଗକୁ ହୁଏତ ଉଠିପାରେ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ବିରୋଧୀ କାର୍ଯ୍ୟ କରିଥିବା କହି ପିସିସି ସଭାପତି ଶରତ ପଟ୍ଟନାୟକ ହାଇକମାଣ୍ଡକୁ ଜଣାଇଥିଲେ । ଏହାପରେ ଏଆଇସିସି ଏହି ଦୁଇ ନେତାଙ୍କୁ ଦଳରୁ ସସପେଣ୍ଡ କରିଛନ୍ତି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେପଟେ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥକ ପିସିସି ସଭାପତିଙ୍କୁ ବିରୋଧ କରିବା ସହ ତାଙ୍କ କାର୍ଯ୍ୟଶୈଳୀ ଉପରେ ଲାଗାଇଛନ୍ତି ପ୍ରଶ୍ନ ଚିହ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ