Masthead

ନୂଆ ପେଟ୍ରୋଲିୟମ ମନ୍ତ୍ରୀ ହେବା ପରେ କମିବ କି ତେଲ ଦର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ବଢ଼ିବାରେ ଲାଗିଛି ତୈଳ ଦର । ପେଟ୍ରୋଲ ପରେ ଡିଜେଲ ବି ସେଞ୍ଚୁରି ମାରି ସାରିଛି । ଏହା ମଧ୍ୟରେ ଏବେ କେନ୍ଦ୍ର ମନ୍ତ୍ରିମଣ୍ଡଳର ହୋଇଛି ବଡ଼ ଧରଣର ଅଦଳବଦଳ । ପୂର୍ବରୁ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥିବା ବେଳେ ଏବେ ଏହି ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି ହରଦୀପ ସିଂ ପୁରୀଙ୍କୁ । ଗୋଟେପଟେ ତୈଳ ଦର ସେଞ୍ଚୁରି ମାରିବା ସହ ଦେଶ ଭରି ଏହାକୁ ବିରୋଧ । ଏଭଳି ଏକ ମୁହୂର୍ତ୍ତରେ ତୈଳ ମନ୍ତ୍ରାଳୟ ସମ୍ଭାଳିବା ପୁରୀଙ୍କ ପାଇଁ ସହଜ ସାଧ୍ୟ ନୁହେଁ । ଅନ୍ୟପଟେ ସେ ମନ୍ତ୍ରୀପଦ ପାଇ ଦାୟିତ୍ୱ ସମ୍ଭାଳିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ପୂର୍ବ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିଛନ୍ତି ।

ଏହାସହ ହରଦୀପ କହିଛନ୍ତି କି ଏହା ଏଭଳି ଏକ ମନ୍ତ୍ରଣାଳୟ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କ ସହ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ସମ୍ବନ୍ଧ ରହିଛି । ହେଲେ ସେ ତୈଳଦର କମାଇବା ନେଇ ପଚାରା ଯାଇଥିବା ପ୍ରଶ୍ନର ସିଧା ଉତ୍ତର ଦେଇ ନାହାନ୍ତି । ସେ କହିଛନ୍ତି କି ଏବେ ତାଙ୍କୁ ଦାୟିତ୍ୱ ମିଳିବାର ମାତ୍ର କିଛି ସମୟ ହୋଇଛି, ଏ ବାବଦରେ ସମସ୍ତ ତଥ୍ୟ ବୁଝିବା ପରେ ଏହା ଉପରେ କିଛି କହିପାରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଅଶୌଦ୍ଧିତ ତୈଳ ଓ ଗ୍ୟାସର ଘରୋଇ ଉତ୍ପାଦନ ବଢାଇବା ଆବଶ୍ୟକ ବୋଲି କହିଛନ୍ତି । ଏହାସହ ସେ କହିଛନ୍ତି କି ଭାରତରେ ଗ୍ୟାସ ଆଧାରିତ ଅର୍ଥ ବ୍ୟବସ୍ଥାକୁ ସଦୃଢ କରିବାକୁ ହେବ । ବର୍ତ୍ତମାନ ଦେଶରେ ଶକ୍ତିର ଚାହିଦା ପୂରଣ କରିବାରେ ଗ୍ୟାସର ଭାଗିଦାରୀ ୧୫ ପ୍ରତିଶତ ଥିବା ବେଳେ ଏହାକୁ ବଢାଇ ୨୦ ରୁ ୩୦ ପ୍ରତିଶତ କରିବା ଉପରେ ଶ୍ରୀ ପୁରୀ ଗୁରୁତ୍ୱାରୋପ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ