Masthead

ପୋଲିସର ପ୍ରମାଣ ଗୋବିନ୍ଦକୁ ଫାଶୀ ଦେବ?

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ମମିତା ମେହେର ହତ୍ୟା ମମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ପଦବୀରୁ ହଟାଯାଉ । ଏହି ମାମଲାରେ ଜଡ଼ିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଓଡ଼ିଶା ଜଳୁଛି । କଳାହାଣ୍ଡିରୁ କଟକ, ମାଲକାନଗିରିରୁ ମୟୂରଭଞ୍ଜ ସବୁଠି ମମିତା ତାତି । ବିରୋଧୀ କରିଛନ୍ତି ମୁଖ୍ୟ ପ୍ରସଙ୍ଗ । କିନ୍ତୁ ପୋଲିସ ପାଖରେ ୫୪ ଟି ପ୍ରମାଣ ଥିଲେ ମଧ୍ୟ ଉପଯୁକ୍ତ ତଦନ୍ତ ହେଉନାହିଁ ।

ତଦନ୍ତ ସମ୍ପର୍କରେ ପୋଲିସ ସୂଚନା ଦେଉନାହିଁ । ମୋଟ ୫୪ ଟି ସାମଗ୍ରୀ ପୋଲିସ ଫରେନସିକ ପରୀକ୍ଷା ପାଇଁ ପଠାଇଥିବା ଆଲୋଚନା ହେଉଛି । ମମିତା ହତ୍ୟା ମାମଲାରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି । କିନ୍ତୁ ୫୪ ଟି ସାମଗ୍ରୀ ମୁଖ୍ୟ ପ୍ରମାଣ ହେବ ବୋଲି କୁହାଯାଉଛି । ନଭେମ୍ବର ୨ରେ ଜହ୍ଲାଦ ଗୋବିନ୍ଦ ଓ ରାଧେଙ୍କୁ କୋର୍ଟରେ ହାଜର କରାଯିବ । ପୋଲିସର ପ୍ରମାଣ ଗୋବିନ୍ଦ ଫାଶୀ ଖୁଣ୍ଟରେ ଝୁଲିବା ପାଇଁ ଯଥେଷ୍ଟ ହେବ ତ ? ସବୁଠୁ ବଡ଼ କଥା ହେଉଛି ମନ୍ତୀ ଦିବ୍ୟଶଙ୍କରଙ୍କ ପରମ ଭକ୍ତ ଗୋବିନ୍ଦ ସାହୁ ।

ମନ୍ତ୍ରୀଙ୍କ ଅଜ୍ଞାତରେ ସେ କୌଣସି କାମ କରନ୍ତି ନାହିଁ । ମମିତା ସମ୍ପର୍କରେ ମଧ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଥାଇ ପାରନ୍ତି । ତେବେ ମନ୍ତ୍ରୀଙ୍କୁ ପୋଲିସ କାହିଁକି ତଦନ୍ତ ପରିସର ଭୁକ୍ତ କରୁନାହିଁ । ନୟାଗଡ଼ର କୁନି ଝିଅ ପରୀ ଘଟଣାରେ ପୋଲିସ ଟିକନିଖ ତଥ୍ୟ ଦେଉଥିଲା । କିନ୍ତୁ ମମିତା ଘଟଣାରେ ପୋଲିସ କାହିଁକି ମୁହଁ ଖୋଲୁନି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରଖିବାକୁ ପୋଲିସ ଉଦ୍ୟମ କରୁନାହିଁ ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି