Masthead

ବିଜେଡିକୁ ବାଲେଶ୍ୱର ଟେନସନ୍, ରଘୁଙ୍କ ଉପରେ ନଜର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ମୁଣ୍ଡ ଉପରେ ନିର୍ବାଚନ । ସବୁ ରାଜନୈତିକ ଦଳ ଜୋରଦାର ଅଙ୍କ କଷୁଛନ୍ତି । ଏସବୁ ଭିତରେ ଏକ ଚର୍ଚ୍ଚା ବଢୁଛି, ଦଳ ଗୁଡ଼ିକ ଏବେ ନିଜର ପୁରୁଖା ନେତାଙ୍କୁ ଖୋଜୁଛନ୍ତି । କାହିଁକିନା ଏମିତି ଅନେକ ଆସନ ଅଛି ଯେଉଁଠି ଅଡ଼ୁଆ ପରିସ୍ଥିତି । ତେଣୁ ଦଳ ଛାଡ଼ିଥିବା ନେତା ଫେରିଲେ କିଛି ସ୍ଥିତି ସୁଧୁରିବାର ଆଶା ଦେଖାଦେଇଛି । ଏହି ଯେମିତି ବିଜେଡିରେ ଚାରି ବର୍ଷ ହେଲା ଆବେଦନ କରି ବି ଫେରି ପାରୁନଥିବା ଦାମୋଦର ରାଉତଙ୍କ ଉପରୁ ବହିଷ୍କାର ଉଠିଲା । ଚର୍ଚ୍ଚା ହେଉଛି କଂଗ୍ରେସକୁ ଶ୍ରୀକାନ୍ତ ଜେନା, ଗିରିଧର ଗମାଙ୍ଗଙ୍କ ପରିବାରକୁ ଫେରାଇ ଅଣାଯାଇପାରେ । ମୋକ୍କିମ, ଚିରଞ୍ଜିବୀଙ୍କ ଉପରୁ ନିଲମ୍ବନ ଉଠିବ । ଆଉ ଏପଟେ ବିଜୁ ଜନତା ଦଳରେ ଆଉ ଗୋଟିଏ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଚର୍ଚ୍ଚା ରଘୁନାଥ ମହାନ୍ତିଙ୍କୁ ନେଇ ।

ରଘୁନାଥ ମହାନ୍ତି ଖାଲି ବସ୍ତା କି ବାଲେଶ୍ୱର ରାଜନୀତି ନୁହେଁ ଓଡ଼ିଶା ରାଜନୀତିରେ ମଧ୍ୟ ଗୋଟିଏ ସମୟରେ ଖୁବ ପାୱାରଫୁଲ ଥିଲେ । ମନ୍ତ୍ରିମଣ୍ଡଳରେ ତାଙ୍କର ବେଶ ଦବଦବା ଥିଲା । କେଉଁ ବିବାଦରେ ତାଙ୍କର ରାଜନୀତିର ସୂର୍ଯ୍ୟ ମଧ୍ୟ ଅସ୍ତଗାମୀ ହେଲା ତାହା ସାରା ରାଜ୍ୟ ଦେଖିଛି । ଏହା ଭିତରେ ସବୁ ବିବାଦ ସମାଧାନ ବି ହୋଇଗଲାଣି । କିନ୍ତୁ ତାଙ୍କ ରାଜନୈତିକ ପ୍ରତିଷ୍ଠା ଆଉ ଫେରିପାରୁନି । ବିଜେଡିକୁ ଫେରିଲେ, ପୁଣି ବିଜେପିରେ ମିଶିଲେ ।

୨୦୨୪ରେ କିନ୍ତୁ ରଘୁନାଥ ମହାନ୍ତି ବାଲେଶ୍ୱର ରାଜନୀତିରେ ବଡ଼ ପ୍ରଭାବ ପକାଇପାରନ୍ତି । ଏହାର କାରଣ ହେଉଛି ବାଲେଶ୍ୱର ବିଜେଡିରେ ଏବେ ଗୋଷ୍ଠୀକନ୍ଦଳ ତୀବ୍ର ହେବାରେ ଲାଗିଛି । ବାଲେଶ୍ୱରକୁ ନେଇ ବିଜେଡି ଟେନସନରେ ଅଛି । ବାଲେଶ୍ୱରରେ ବିଜେପିର ସବୁଠି ସମାନ୍ତରାଳ ସଙ୍ଗଠନ । ଏଭଳି ସ୍ଥିତିରେ ବିଜେଡି ଚାହୁଁଛି ବଳ ଗୋଟାଇବା ପାଇଁ । ଶକ୍ତି ବଢାଇବା ପାଇଁ । ଆଉ ବିଜେଡି ଜାଣିଛି ରଘୁନାଥ ମହାନ୍ତିଙ୍କର ରାଜନୀତିକ ଅଭିଜ୍ଞତା ଆଉ ଗୋଟିଚାଳନାକୁ । ତେଣୁ ଚର୍ଚ୍ଚା ହେଉଛି, ବିଜେଡି ଚାହୁଁଛି ଯେ ରଘୁନାଥ ମହାନ୍ତିଙ୍କ ଭଳି ପୁରୁଣା ନେତା ଏବେ ବିଜେପି କ୍ୟାମ୍ପ ଛାଡ଼ି ବିଜେଡିକୁ ଆସିଯାଆନ୍ତୁ ।

 

ଅବଶ୍ୟ ଏନେଇ ନା ବିଜୁ ଜନତା ଦଳ ନା ରଘୁନାଥ ମହାନ୍ତି କେହି ଖୋଲାଖୋଲି ଭାବରେ କିଛି କହିନାହାନ୍ତି । ତେବେ ବାଲେଶ୍ଵର ରାଜନୀତିରେ ଏହି ଚର୍ଚ୍ଚା ବଢ଼ିବାରେ ଲାଗିଛି । ଆଗକୁ ହୁଏତ ବାସ୍ତବ ଚିତ୍ର ସ୍ପଷ୍ଟ ହୋଇପାରେ । ରଘୁନାଥ ମହାନ୍ତି ବିଜେପିରେ ରହିବେ ନା ବିଜେଡିକୁ ଯିବେ । ଯଦି ବିଜେପିରେ ରହିବେ କେଉଁଠୁ ଲଢିବେ, ଯଦି ବିଜେଡିକୁ ଆସିବେ କେଉଁଠୁ ଲଢିବେ । ଦଳ ତାଙ୍କ ଅଭିଜ୍ଞତାକୁ କିଭଳି ବ୍ୟବହାର କରିବା । ଏ ପ୍ରଶ୍ନର ଉତ୍ତର ସେତେବେଳେ ମିଳିବ ଯେତେବେଳେ ବିଜେଡି କିମ୍ବା ରଘୁ ମହାନ୍ତି ଉଭୟଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି