Masthead

ଆପରେ ମିଶିବେ କି ସିଦ୍ଧୁ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ପଞ୍ଜାବ କଂଗ୍ରେସର ମୁଖିଆ ପଦରୁ ଆଜି ଇସ୍ତଫା ଦେଇଛନ୍ତି ନବଜୋତ ସିଂହ ସିଦ୍ଧୁ । ତେବେ ଏହା ପରେ ପଞ୍ଜାବ ରାଜନୀତିର ମାହୋଲ ସରଗରମ ହୋଇ ଉଠିଛି । ସିଦ୍ଧୁଙ୍କ ଇସ୍ତଫା ପରେ ଆସନ୍ତାକାଲି ଠାରୁ ୨ ଦିନିଆ ପଞ୍ଜାବ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୂତ୍ରରୁ ଜଣାପଡିଛି ଯେ ଆସନ୍ତାକାଲି ପଞ୍ଜାବରେ ପହଞ୍ଚି ସେ ଏକ ବଡ ଘୋଷଣା କରିବେ । ଏହି ସୂଚନା ମିଳିବା ପରେ ଏବେ ସିଦ୍ଧୁ ଟ୍ରେଣ୍ଡ କରିବା ଆରମ୍ଭ କରିଦେଇଛନ୍ତି ।

ପୂର୍ବରୁ ସିଦ୍ଧୁ ଆପରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ପରେ ପଞ୍ଜାବ ତାଙ୍କୁ ମୁଖିଆ କରିବା ପରେ ସବୁ କିଛି ଭଣ୍ଡରୁ ହୋଇଯାଇଥିଲା । ପୁଣି ଏବେ ସେ କଂଗ୍ରେସ ମୁଖିଆ ପଦ ଛାଡିବା ପରେ ଆପରେ ମିଶିବା ନେଇ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ସିଦ୍ଧୁ ବିରୋଧୀ ଦଳର ନେତା ହୋଇଥିବାରୁ ଚରଣଜିତ ସିଂହ ଚନ୍ନି ମୁଖ୍ୟମନ୍ତ୍ରୀ ହେବାକୁ ସହ୍ୟ କରିପାରି ନଥିଲେ । ଆପର ଜଣେ ନେତା କହିଛନ୍ତି ଯେ, ଏପରି ପରିସ୍ଥିତିରେ ଆମେ ସିଦ୍ଧୁଙ୍କୁ ଦଳରେ କେମିତି ସାମିଲ କରିପାରିବୁ । କିନ୍ତୁ ରାଜନୀତିରେ ସବୁକିଛି ସମ୍ଭବ । ତେବେ ସିଦ୍ଧୁଙ୍କୁ ନେଇ ଏବେ ସସପେନ୍ସ ଜାରି ରହିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ