Masthead

ଖୋଲିଗଲା ୬ ଦେଶର ମୁଖା, ପାକିସ୍ତାନ ଓ ଚୀନ ବାଦ୍ ଏହିମାନଙ୍କ ରହିଛି ତାଲିବାନ ସହ ସଂପର୍କ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତନର ସମସ୍ତ ପ୍ରଦେଶ ଦଖଲ କରିବା ପରେ ତାଲିବାନ ଖୁବଶୀଘ୍ର ସରକାର ଗଠନ କରିବା ପାଇଁ ଯାଉଛି । ସରକାର ଗଠନର ତାରିଖ ବାରମ୍ବାର ଘୁଞ୍ଚିଥିଲେ ମଧ୍ୟ ତାଲିବାନ ଏଥର ସରକାର ଗଠନ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି । ତେବେ ସରକାର ଗଠନ କାର୍ଯ୍ୟକ୍ରମ ପାଇଁ ଚୀନ, ପାକିସ୍ତାନ, ଋଷ, ଇରାନ, କତର ଏବଂ ତୁର୍କୀ ଭଳି ଦେଶମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ତାଲିବାନ ନିମନ୍ତ୍ରଣ ପଠାଇଛି ।

ଅପରପକ୍ଷରେ ତାଲିବାନର ନିମନ୍ତ୍ରଣରୁ ଏହା ସ୍ପଷ୍ଟ ବାରି ହେଉଛି ଯେ ଏହି ଦେଶମାନେ ପୂର୍ବରୁ ହିଁ ତାଲିବାନ ସହ ସମ୍ପର୍କରେ ଅଛନ୍ତି । ଅନ୍ୟପଟେ ଚୀନ, ଋଷ , ତୁର୍କୀ ଏବଂ ପାକିସ୍ତାନ ଭଳି ଦେଶମାନେ ପୂର୍ବପରି ତାଲିବାନ ଦୂତାବାସରେ କାର୍ଯ୍ୟ ଜାରି ରଖିଛନ୍ତି । ଠିକ ଏହାର ଗୋଟିଏ ଦିନ ପୂର୍ବରୁ ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ସରକାର ଗଠନକୁ ସ୍ଥଗିତ ରଖିବାକୁ ଘୋଷଣା କରିଥିଲେ । ଏହା ସହ ତାଲିବାନ ଆସନ୍ତା କିଛି ଦିନ ମଧ୍ୟରେ ଦଳର ସହ-ପ୍ରତିଷ୍ଠାତା ମଲ୍ଲିକା ଅବଦୁଲ ଘାନି ବାରଦାରଙ୍କ ନେତୃତ୍ୱରେ କାବୁଲରେ ଏକ ନୂତନ ସରକାର ଗଠନ ଘୋଷଣା କରିବ ବୋଲି ଆଶା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ