ଆମ୍ବୁଲାନ୍ସ ଧକ୍କାରେ ଯୁବକ ମୃତ

କ୍ଷତି ପୂରଣ ଦାବି ନେଇ ରାସ୍ତା ରୋକ

ପାଟଣାଗଡ(ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ଥାନା ଅନ୍ତର୍ଗତ ମାୟାବରା ଛକ ନିକଟରେ ଗତ କାଲି ରାତି ୧୦ ଘଣ୍ଟା ସମୟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକକଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ରୁ ଜଣାପଡିଛି ଯେ ଭାଲୁଜୁରୀ ଗ୍ରାମର ଖୁସି ମହାନନ୍ଦ ନିଜ ଝିଅକୁ ଚୁଡାପାଳି ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଜ କାରରେ ନେଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତାରେ ଛିଡା ହୋଇ ଥିବା ସମୟରେ ପଛପଟୁ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି କାରକୁ ଧକ୍କା ଦେଇଥିଲା । ଫଳରେ କାରଟି ଚୁରମାର ହୋଇଯିବା ସହ କାର୍ ଚାଳକଙ୍କର ମୃତ୍ୟୁ ହୋଇଥିଲା । ଆଜି ସକାଳୁ ଉକ୍ତ ଅଞ୍ଚଳର ଲୋକ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଛନ୍ତି। ଏହି ରାସ୍ତାରୋକ ଫଳରେ ଉଭୟ ପଟେ ଶହ ଶହ ଯାନବାହନ ଅଟକି ରହିଛି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!