Masthead

କାମ ନକରି ଦରମା

ଶୁଳିଆପଦା (ବଡ଼ ଖବର ବ୍ୟୁରୋ): ପୁଳାପୁଳା ଦୁର୍ନୀତି ଓ ବେଆଇନ କାର୍ଯ୍ୟପାଇଁ ବର୍ଷ ତମାମ ଚର୍ଚ୍ଚାରେ ରହିଥାଏ ମୟୂରଭଞ୍ଜ ଶୁଳିଆପଦା ବିଇଓଙ୍କ କର୍ଯ୍ୟାଳୟ । ପୁଣି ଆଉ ଏକ ନୂଆ ବିବାଦକୁ ଖୋଳି ବାହାର କରିଛି ସୂଚନା ଅଧିକାର ତଥ୍ୟ । ବହୁ ଚର୍ଚ୍ଚିତ ବାଘଡା ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷାସହାୟିକା ତନୁଶ୍ରୀ ପାଲ ଗତ ତା. ୭.୧.୨୦୧୯ରେ ଶେଷଥର ପାଇଁ ବିଦ୍ୟାଳୟ ଆସିଥିଲେ । ଏହାପରଠାରୁ ସେ ଆଉ ବିଦ୍ୟାଳୟ ଆସିନାହାଁନ୍ତି କି ସୂଚନା ଅଧିକାର ତଥ୍ୟ ମୁତାବକ ତାଙ୍କର ଛୁଟି ମଧ୍ୟ ମଞ୍ଜୁର ହୋଇନାହିଁ ।

ବଡ଼ ଖବରରେ ଏନେଇ ବହୁଥର ତଥ୍ୟଭିତ୍ତିକ ଖବର ପ୍ରକାଶିତ ହୋଇଛି । ବିଦ୍ୟାଳୟର ସଭାପତି ଗୁଣାନିଧି ରଣା ଓ ତତ୍କାଳୀନ ପ୍ରଧାନଶିକ୍ଷୟିତ୍ରୀ ସୂର୍ଯ୍ୟମଣୀ ଧଳ ବିଭିନ୍ନ ସମୟରେ ବିଇଓ ମାଳତୀ ଟୁଡୁଙ୍କୁ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କୌଣସି କର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଓଲଟି ଦରମା ପ୍ରଦାନ କରାଯାଇଥିବା ଜଣାଯାଇଛି । ଏଥିସହିତ ଭୂଲରେ ଦରମା ହୋଇଯାଇଥିବା ଦର୍ଶାଇ ଦରମା ଫେରସ୍ତ ପାଇଁ ଦିଆଯାଇଥିବା ଏକ ଚିଠି ଆମର ହସ୍ତଗତ ହୋଇଛି । ତେବେ ପ୍ରଶ୍ନ ଉଠୁଛି ଦରମା ଫେରସ୍ତ ଚିଠିଟି ପୂର୍ବରୁ ହୋଇଥିଲା ନା ଏବେ କରାଯାଇଛି ?

ଶିକ୍ଷା ସହାୟିକା ଚାକିରି ଚୁକ୍ତିଭିତ୍ତିକ ହୋଇଥିବାବେଳେ ବିନା ଛୁଟିରେ ୩୩ମାସ ଅନୁପସ୍ଥିତ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ କାହିଁକି? ଉପଯୁକ୍ତ ତଦନ୍ତ କରାଗଲେ ଉକ୍ତ ରହସ୍ୟ ଉନ୍ମୋଚନ ହେବା ସହିତ ବେଆଇନ ଭାବେ ଦରମା ପ୍ରଦାନରେ ଜଡିତ ଅସାଧୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ଚିହ୍ନଟ କରାଯାଇ ଦଣ୍ଡିତ କରାଯାଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ