Masthead

ପୁନଃ ନିଯୁକ୍ତି ଦାବି କଲେ ଶ୍ରମିକ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ପୁନଃ ନିଯୁକ୍ତି ପ୍ରଦାନ ପାଇଁ ଦାବି ଉଠାଇଲେ ସ୍ଥାନୀୟ ଏମଏସପି ମେଟ୍ଟାଲିକ୍ସ କାରଖାନାର ଶ୍ରମିକ । ଦୀର୍ଘ ପ୍ରାୟ ୫ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଖୋଲିବାକୁ ଯାଉଛି ବୁଢିପଦର ଠାରେ ଥିବା ଏମଏସପି ମେଟ୍ଟାଲିକ୍ସ କାରଖାନା । ଗତ ୨୦୧୬ ମସିହା ଫେବ୍ରୁଆରୀ ୧୬ ତାରିଖରେ କାରଖାନାରେ ତାଲା ପକାଇ ପଳାଇଥିଲେ ଏମଏସପି ମାଲିକ ।

ବ୍ୟାଙ୍କ ଋଣ ଅନାଦେୟ କାରଣରୁ ଏନସିଏଲଟି ମାମାଲାରେ ଛନ୍ଦି ହେବା ପରେ ଏବେ କାରଖାନା ପରିଚାଳନା ଭାର କୋଲକାତାର ଗୋଟିଏ ଶିଳ୍ପ ସଂସ୍ଥା ହାତକୁ ମାଲିକାନା ଯାଇଥିବା ଜଣାପଡିବା ପରେ ଏହି କାରଖାନାରେ କାର୍ଯ୍ୟରତ ପୁର୍ବତନ କର୍ମଚାରୀମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ପାଇଁ ଦାବି ଉଠାଇଛନ୍ତି ସ୍ଥାନୀୟ ଶ୍ରମିକ । ଗତ ୫ ବର୍ଷ ଧରି କାରଖାନା ବନ୍ଦ ହେବା ଯୋଗୁଁ ବେକାରୀ ସମସ୍ୟାରେ ଜର୍ଜରିତ ସ୍ଥାନୀୟ ଅଞ୍ଚଳର ବେକାର ଯୁବକଙ୍କ ବଦଳରେ ଅନ୍ୟ ସ୍ଥାନରୁ ଶ୍ରମିକ ଆଣିବାକୁ ନୂତନ ଭାବେ ମାଲିକାନା ପାଇଥିବା କମ୍ପାନୀ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଶ୍ରମିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି