Masthead

ବୃତ୍ତିଗତ ସୁରକ୍ଷାକୁ ନେଇ ଚିନ୍ତା

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ଓ ଝାରସୁଗୁଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ୱରୂପ ଗାର୍ଡେନ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍-୧୯ ସମୟରେ ପ୍ରତିଷେଧକ ବ୍ୟବସ୍ଥା ସହିତ ନିର୍ମାଣ ଶ୍ରମିକଙ୍କ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଏହି କର୍ମଶାଳା କରାଯାଇଛି । କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରତିକୂଳ ପରିସ୍ଥିତିରେ ନିର୍ମାଣ ଶ୍ରମିକମାନଙ୍କ ଅବଦାନ ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଛି । ମହାମାରୀ ବେଳେ ଶ୍ରମିକମାନେ କିଭଳି ବୃତ୍ତି ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି । ଲକଡାଉନ ଅବଧିରେ ନିର୍ମାଣ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ସରକାର କେଉଁ ପ୍ରତିକାର ବ୍ୟବସ୍ଥା ନୀତି ଆପଣେଛନ୍ତି ତାହା ଉପରେ ଅତିଥିମାନେ ଆଲୋକପାତ କରିଛନ୍ତି ।

ଏହି କର୍ମଶାଳାରେ ଝାରସୁଗୁଡା ଡେପୁଟି କଲେକ୍ଟର ଯୋଗୀରାଜ ମାଝୀ, ଜିଲ୍ଲା ଶ୍ରମ ଅଧିକାରୀ କେ.ସି ରାଉତ, ଡ. ଅର୍ଚ୍ଚନା ବାରିକ, ସିଏମଓ, ଇଏସଆଇସି ମଡେଲ ହସ୍ପିଟାଲ ରାଉରକେଲା ଏବଂ ବି.କେ ସାହୁ, ନିର୍ଦ୍ଦେଶକ ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ଭିଡିଓ କନଫେରେନ୍ସି ମାଧ୍ୟମରେ ଯୋଡିହୋଇଥିଲେ । ଏହାସହ ପ୍ରଫେସର ନୋଟେଲ (ଜର୍ମାନୀ), ସାଂସଦ ସୁବାଷ ସିଂ, ବିଧାୟକ ଅମର ଶତପଥୀ, ସାଂସଦ ମଳୟ ପ୍ରଧାନ, ଡ.ଅଶୋକ ସାହୁ, ଡ. ସୋମନାଥଙ୍କ ସମେତ ଏହି କର୍ମଶାଳାରେ ଟ୍ରେଡ ୟୁନିୟନ ଓ ଠିକାରାଦରମାନେ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ