Masthead

ବୃତ୍ତିଗତ ସୁରକ୍ଷାକୁ ନେଇ ଚିନ୍ତା

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ଓ ଝାରସୁଗୁଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସ୍ୱରୂପ ଗାର୍ଡେନ ପରିସରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋଭିଡ୍-୧୯ ସମୟରେ ପ୍ରତିଷେଧକ ବ୍ୟବସ୍ଥା ସହିତ ନିର୍ମାଣ ଶ୍ରମିକଙ୍କ ବୃତ୍ତିଗତ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଏହି କର୍ମଶାଳା କରାଯାଇଛି । କରୋନା ସଂକ୍ରମଣ ବଢୁଥିବା ବେଳେ ପ୍ରତିକୂଳ ପରିସ୍ଥିତିରେ ନିର୍ମାଣ ଶ୍ରମିକମାନଙ୍କ ଅବଦାନ ସମ୍ପର୍କରେ କର୍ମଶାଳାରେ ଆଲୋଚନା ହୋଇଛି । ମହାମାରୀ ବେଳେ ଶ୍ରମିକମାନେ କିଭଳି ବୃତ୍ତି ଓ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି । ଲକଡାଉନ ଅବଧିରେ ନିର୍ମାଣ ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଓ ସରକାର କେଉଁ ପ୍ରତିକାର ବ୍ୟବସ୍ଥା ନୀତି ଆପଣେଛନ୍ତି ତାହା ଉପରେ ଅତିଥିମାନେ ଆଲୋକପାତ କରିଛନ୍ତି ।

ଏହି କର୍ମଶାଳାରେ ଝାରସୁଗୁଡା ଡେପୁଟି କଲେକ୍ଟର ଯୋଗୀରାଜ ମାଝୀ, ଜିଲ୍ଲା ଶ୍ରମ ଅଧିକାରୀ କେ.ସି ରାଉତ, ଡ. ଅର୍ଚ୍ଚନା ବାରିକ, ସିଏମଓ, ଇଏସଆଇସି ମଡେଲ ହସ୍ପିଟାଲ ରାଉରକେଲା ଏବଂ ବି.କେ ସାହୁ, ନିର୍ଦ୍ଦେଶକ ଇଣ୍ଡୋ ଜର୍ମାନ ଫୋକାଲ ପଏଣ୍ଟ ଭିଡିଓ କନଫେରେନ୍ସି ମାଧ୍ୟମରେ ଯୋଡିହୋଇଥିଲେ । ଏହାସହ ପ୍ରଫେସର ନୋଟେଲ (ଜର୍ମାନୀ), ସାଂସଦ ସୁବାଷ ସିଂ, ବିଧାୟକ ଅମର ଶତପଥୀ, ସାଂସଦ ମଳୟ ପ୍ରଧାନ, ଡ.ଅଶୋକ ସାହୁ, ଡ. ସୋମନାଥଙ୍କ ସମେତ ଏହି କର୍ମଶାଳାରେ ଟ୍ରେଡ ୟୁନିୟନ ଓ ଠିକାରାଦରମାନେ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ