Masthead

ପାରମ୍ପରିକ ଚିତ୍ରକୁ ନେଇ କର୍ମଶାଳା

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ସମସାମୟିକ କଳା ଅଭ୍ୟାସ କରୁଥିବା ଓଡ଼ିଆ ଶିଳ୍ପୀଙ୍କ ପାଇଁ ଉପଯୁକ୍ତ ପରିବେଶ ଯୋଗାଇ ଦେବା କ୍ଷେତ୍ରରେ ଉତ୍ସ ଫାଉଣ୍ଡେସନ ଫର କଣ୍ଟେମ୍ପୋରାରୀ ଆର୍ଟ ବିଗତ ଦଶ ବର୍ଷ ଧରି କାମ କରିଆସୁଛି । ଉତ୍ସ ବର୍ଷର ବିଭିନ୍ନ ସମୟରେ ଚିତ୍ରକଳାକୁ ନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରିଥାଏ । ଏହି କ୍ରମରେ ଉତ୍ସ ଫାଉଣ୍ଡେସନ ଏବଂ ଆରୟା ଫାଉଣ୍ଡେସନ ମିଳିତ ଭାବରେ ବଡବିଲ୍ ଆର୍ଟ ପ୍ରୋଜେକ୍ଟର ପଚଂମ ଭାଗ ଆୟୋଜନ କରିବାକୁ ଯାଉଛନ୍ତି । ବଡବିଲ୍ ଆର୍ଟ ପ୍ରୋଜେକ୍ଟ ଚଳିତ ବର୍ଷ ୫ ରୁ ୧୨ ଡିସେମ୍ବର ମଧ୍ୟରେ ଆୟୋଜନ ହେବାକୁ ଥିବାବେଳେ ସେହି ପ୍ରୋଜେକ୍ଟର ଏକ ଚାରି ଦିନିଆ ଅଭ୍ୟାସ ଶିବିର ଏବେ ଉଦଘାଟିତ ହୋଇଯାଇଛି । ଅକ୍ଟୋବର ୪,୫,୮ ଏବଂ ୯ ଏହି ଚାରିଦିନ ଧରି ଅଭ୍ୟାସ ଶିବିର ଚାଲିବାକୁ ଥିବାବେଳେ,ଏହି ଶିବିରରେ ଓଡିଶା ସମେତ ଦେଶର କିଛି ପ୍ରତିଷ୍ଠିତ ଯୁବ ଚିତ୍ରଶିଳ୍ପୀ ଓ ଓଡ଼ିଶାର ପାରମ୍ପରିକ ଚିତ୍ରଶିଳ୍ପୀମାନେ ଯୋଗଦେଇଛନ୍ତି । ସମସାମୟିକ କଳା ଅଭ୍ୟାସ କରୁଥିବା ଯୁବ ଚିତ୍ରଶିଳ୍ପୀମାନେ ଜଣେ ଜଣେ ଓଡ଼ିଶାର ପାରମ୍ପରିକ ଚିତ୍ରଶିଳ୍ପୀ ସହ ମିଶି ମିଳିତ ଭାବରେ କଳାକୃତି ତିଆରିକରିବେ । ଭାରତର ବିଭିନ୍ନ ପ୍ରାନ୍ତରରୁ ଚିତ୍ରଶିଳ୍ପୀ ଅଙ୍କୋନ ମିତ୍ର, ବିଭୁ ନାଥ, କୁଲୁ ଓଝା, ଶିବାନୀ ଅଗ୍ରୱାଲ୍‌, ଆନନ୍ଦିତା ଭଟ୍ଟାଚାର୍ଯ୍ୟ,ସୁବ୍ରତ କୁମାର ବେହେରା ଓ ଶତଦ୍ରୁ ଶୋଭନ ପ୍ରମୁଖ ଏହି ଶିବିରରେ ସାମିଲ୍ ହୋଇଛନ୍ତି ।

ଓଡ଼ିଶାର ପାରମ୍ପରିକ ଚିତ୍ରଶିଳ୍ପୀ କ୍ରମରେ ପେପେରମାସି ପାଇଁ ପୁରୁଷୋତ୍ତମ ମହାରଣା,ଧାନ କାମ ପାଇଁ ଚନ୍ଦ୍ରସେଣା ମାଝୀ, କାଇଁଚ କାମ ପାଇଁ ପ୍ରଶାନ୍ତ ବେହେରା,ସବାଇ ଘାସ ଶିଳ୍ପ ପାଇଁ ରଞ୍ଜିତା ଦେବୀ, ଢୋକରା ପାଇଁ ବସନ୍ତ ବେହେରା ଓ ଛଉ ନୃତ୍ୟ ଶିଳ୍ପୀ ପ୍ରଦ୍ୟୁମ୍ନ ମହାନ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଚଳିତ ବର୍ଷର ବଡବିଲ ପ୍ରୋଜେକ୍ଟର ନାମ ରଖାଯାଇଛି ରୂପଲୋକ; ଇନକାରନେସନ୍ ଅଫ୍ ଆଇଡିଆଜ୍ । ପ୍ରୋଜେକ୍ଟର ମୂଳ ଧାରଣା ବିଶିଷ୍ଠ ଚିତ୍ରଶିଳ୍ପୀ ତଥା ଉତ୍ସ ଫାଉଣ୍ଡେସନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଜଗନ୍ନାଥ ପଣ୍ଡା କରିଥିବା ବେଳେ ଚଳିତ ପ୍ରୋଜେକ୍ଟକୁ କ୍ୟୁରେଟ କରୁଛନ୍ତି ଦିଲ୍ଲୀରେ ରହୁଥିବା ଭାରତର ବିଶିଷ୍ଠ କଳା ସମାଲୋଚକ ଜର୍ଜିନା ମାଡକ୍ସ । ଚାଲିଥିବା ଅଭ୍ୟାସ ଶିବିରକୁ ପରିଚାଳନା କରୁଛନ୍ତି ସୁମିତ୍ରା ପାଢ଼ୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ 🔴 ଡ୍ରଗ୍ସ କଣ୍ଟ୍ରୋଲର ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ନବ ଦାସ ହତ୍ୟାକାଣ୍ଡ, ଆଜି ସାକ୍ଷ୍ୟ ଗ୍ରହଣ 🔴 ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା 🔴 ସୋଭନା ମହାନ୍ତି ମହିଳା କମିଶନ ଅଧ୍ୟକ୍ଷା 🔴 ଶିକ୍ଷକ ବଦଳିକୁ ବିରୋଧ, ସ୍କୁଲ ଗେଟରେ ତାଲା 🔴 ଦୁଇ କିମି ଖଟିଆରେ ବୁହା ହେଲା ଶବ 🔴 ସପ୍ତାହରେ ୩ଥର ଡାଳିମ୍ବ ଖାଇବା ଦ୍ୱାରା ଆପଣଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ…… 🔴 ପୁଣି ଶ୍ରୀମନ୍ଦିରରେ ହିଡେନ୍‌ କ୍ୟାମେରା 🔴 ରାଜ୍ୟରେ ନିର୍ମାଣ ହେବ ୮୩୫ ଆଦର୍ଶ ବିଦ୍ୟାଳୟ  🔴 ଆସୁଛି ଆଉ ଏକ ଲଘୁଚାପ