Masthead

ବିନା ଭକ୍ତରେ ପୂଜା

ପତରାପାଲି, (ବଡ଼ ଖବର ବ୍ୟୁରୋ): ସମ୍ବଲପୁରର ଜଣାଶୁଣା ଶକ୍ତିପୀଠ ହେଉଛି ମା’ ବନଦୁର୍ଗା ମନ୍ଦିର । ଏହି ମନ୍ଦିରଟି ବଡରମା ଘାଟି ତଳେ ଅବସ୍ଥିତ । ଏହି ମନ୍ଦିର ବହୁ ପୁରାତନ । ଭକ୍ତ ମାନେ ଗୁହାରି କରନ୍ତି ମା’ ବନଦୁର୍ଗା ଦିଅନ୍ତି ବୋଲି ବିଶ୍ୱାସ ଅଛି । ଏବର୍ଷ କରୋନା ପାଇଁ ସବୁଠି ବିନା ଭକ୍ତରେ ନବରାତ୍ର ପୂଜା ହେଉଥିବା ବେଳେ ବନଦୁର୍ଗା ମନ୍ଦିର ପ୍ରଶାସନ ତରଫରୁ କିଛି ନିୟମାବଳୀ ଅନୁଯାୟୀ ନବରାତ୍ର ପୂଜା ଆରମ୍ଭ ହୋଇଛି । ପୂଜକ ଓ କର୍ତ୍ତାଙ୍କ ଉପସ୍ଥିତିରେ ପୂଜା ହେଉଛି । ୨୦୦ରୁ ଅଧିକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଛି । ପୂଜକ ସିଦ୍ଧାର୍ଥ ତିୱାରୀ ମୁଖ୍ୟ ପୂଜକ ଏବଂ ଅମ୍ବରିଶ ଶର୍ମା ଓ ତାଙ୍କ ଧର୍ମ ପତ୍ନୀ ଝରଣା ଶର୍ମା ମୁଖ୍ୟ କର୍ତ୍ତା ରୂପରେ ନିୟୋଜିତ ଅଛନ୍ତି । ମନ୍ଦିରର ପୂଜକ ପଣ୍ଡିତ ବିଶ୍ୱରଂଜନ ବଡ଼ପଣ୍ଡା ଓ ପଣ୍ଡିତ ସୁଶାନ୍ତ ମିଶ୍ର ନବରାତ୍ର ପୂଜାରେ ନିୟୋଜିତ ଅଛନ୍ତି । ମନ୍ଦିର ପ୍ରଶାସନ ତରଫରୁ ଭକ୍ତକୁ ମନ୍ଦିର ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ