Masthead

ବିନା ଭକ୍ତରେ ପୂଜା

ପତରାପାଲି, (ବଡ଼ ଖବର ବ୍ୟୁରୋ): ସମ୍ବଲପୁରର ଜଣାଶୁଣା ଶକ୍ତିପୀଠ ହେଉଛି ମା’ ବନଦୁର୍ଗା ମନ୍ଦିର । ଏହି ମନ୍ଦିରଟି ବଡରମା ଘାଟି ତଳେ ଅବସ୍ଥିତ । ଏହି ମନ୍ଦିର ବହୁ ପୁରାତନ । ଭକ୍ତ ମାନେ ଗୁହାରି କରନ୍ତି ମା’ ବନଦୁର୍ଗା ଦିଅନ୍ତି ବୋଲି ବିଶ୍ୱାସ ଅଛି । ଏବର୍ଷ କରୋନା ପାଇଁ ସବୁଠି ବିନା ଭକ୍ତରେ ନବରାତ୍ର ପୂଜା ହେଉଥିବା ବେଳେ ବନଦୁର୍ଗା ମନ୍ଦିର ପ୍ରଶାସନ ତରଫରୁ କିଛି ନିୟମାବଳୀ ଅନୁଯାୟୀ ନବରାତ୍ର ପୂଜା ଆରମ୍ଭ ହୋଇଛି । ପୂଜକ ଓ କର୍ତ୍ତାଙ୍କ ଉପସ୍ଥିତିରେ ପୂଜା ହେଉଛି । ୨୦୦ରୁ ଅଧିକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଛି । ପୂଜକ ସିଦ୍ଧାର୍ଥ ତିୱାରୀ ମୁଖ୍ୟ ପୂଜକ ଏବଂ ଅମ୍ବରିଶ ଶର୍ମା ଓ ତାଙ୍କ ଧର୍ମ ପତ୍ନୀ ଝରଣା ଶର୍ମା ମୁଖ୍ୟ କର୍ତ୍ତା ରୂପରେ ନିୟୋଜିତ ଅଛନ୍ତି । ମନ୍ଦିରର ପୂଜକ ପଣ୍ଡିତ ବିଶ୍ୱରଂଜନ ବଡ଼ପଣ୍ଡା ଓ ପଣ୍ଡିତ ସୁଶାନ୍ତ ମିଶ୍ର ନବରାତ୍ର ପୂଜାରେ ନିୟୋଜିତ ଅଛନ୍ତି । ମନ୍ଦିର ପ୍ରଶାସନ ତରଫରୁ ଭକ୍ତକୁ ମନ୍ଦିର ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ