Masthead

ରୋଗୀଙ୍କୁ ଭୁଲ ସାଲାଇନ, ପରିବାର ଭୟଭୀତ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ପୁଣି ଚର୍ଚ୍ଚାରେ ବଲାଙ୍ଗିର ଭୀମଭୋଇ ମେଡିକାଲ। ମେଡିସିନ ୱାର୍ଡରେ ଜଣେ ରୋଗୀକୁ ଭୁଲ ସାଲାଇନ୍ ଦିଆଯାଇଛି । ୪୮ ନମ୍ବର ବେଡର ଖେଡୁ ସାମଲକୁ ୪୯ ନମ୍ୱର୍ ବେଡର ରୋଗୀ ହରି ମହାନନ୍ଦଙ୍କ ସାଲାଇନ ଦିଆଯାଇଛି। ଖେଡୁ ପେଟ ବ୍ୟଥା ପାଇଁ ମେଡିକାଲରେ ଭର୍ତ୍ତି ହୋଇଥିବାବେଳେ ହରି କିଡନୀ ରୋଗରେ ଆକ୍ରାନ୍ତ। ଜଣେ କିଡନୀ ରୋଗୀର ସାଲାଇନ ଦିଆଯାଇଥିବାରୁ ଖେଡୁର ପରିବାର ଲୋକେ ଭୟଭୀତ ହୋଇ ପଡିଛନ୍ତି।

କାଳେ ପାର୍ଶ୍ଵ ପ୍ରତିକ୍ରିୟାରେ କ’ଣ ହୋଇଯିବ ସେନେଇ ଚିନ୍ତାରେ ପରିବାର। ହେଲେ ନର୍ସର ଖାମଖିଆଲି ମନୋଭାବ ଯୋଗୁଁ ଏଭଳି ଘଟଣା ଘଟୁଛି। ସାଲାଇନରେ ହରି ମହାନନ୍ଦଙ୍କ ନାମ ଲେଖା ହୋଇଥିବାବେଳେ କେମିତି ସେହି ସାଲାଇନ ଖେଡୁକୁ ଦିଆଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେପଟେ ଘଟଣାକୁ ସ୍ୱୀକାର କରିଛନ୍ତି ଦାୟିତ୍ୱରେ ଥିବା ମେଡ଼ିସିନ୍ ବିଶେଷଜ୍ଞ ସି. ମାରାଣ୍ଡି।

ହେଲେ ଏଭଳି ଭୁଲ ବଡ଼ ମେଡିକାଲରେ ହେବା କଥା ନୁହଁ ବୋଲି କହିଛନ୍ତି ମେଡିସିନ ସ୍ପେଶାଲିଷ୍ଟ୍। ତେଣୁ ଏହାର ତଦନ୍ତ ମେଡିକାଲ ଅଧିକ୍ଷକ କରିବା କଥା ବୋଲି ସେ କହିଛନ୍ତି। ଏବଂ ଏନେଇ ବିଭାଗୀୟ ମୁଖ୍ୟଙ୍କୁ ଲିଖିତ ଭାବେ ଜଣାଇବାକୁ କହିଛନ୍ତି ଡାକ୍ତର ମାରାଣ୍ଡି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ