Masthead

ବର୍ଷିଆନ ଅଭିନେତ୍ରୀ ୱାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ପୁରସ୍କାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ ହେଉଛି ‘ଦାଦା ସାହେବ ଫାଲକେ ଆୱାର୍ଡ’ । ତେବେ ଚଳିତ ବର୍ଷ ଏହି ସମ୍ମାନ ମିଳିଛି କିମ୍ବଦନ୍ତୀ ଅଭିନେତ୍ରୀ ‘ୱାହିଦା ରେହମାନଙ୍କୁ’ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କିମ୍ବଦନ୍ତୀ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ‘ଦାଦାସାହେବ ଫାଲକେ ପୁରସ୍କାର’ ଦେବାକୁ ଘୋଷଣା କିରିଛନ୍ତି । ସେ ‘ପ୍ୟାସା’, ‘କାଗଜ କି ଫୁଲ’, ‘ସାହେବ ବିବି ଅର ଗୁଲାମ,’ ‘ଗାଇଡ’ ଭଳି ଚଳଚ୍ଚିତ୍ରରେ ତାଙ୍କର ଦୃଢ ଅଭିନୟ ଦର୍ଶାଇଛନ୍ତିି ।

୯୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଅଭିନୟ କରି ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ରେହମାନଙ୍କୁ ଏହି ପୁରସ୍କାର ପ୍ରଦାନ କରି ଅନୁରାଗ ଠାକୁର ନିଜର ଖୁସି ବ୍ୟକ୍ତ କରିଛନ୍ତି । ସେ କିମ୍ବଦନ୍ତୀ ଅଭିନେତ୍ରୀଙ୍କୁ ପ୍ରଶଂଶା କରିଥିଲେ । ସେ କହିଛନ୍ତି ଚଳିତ ବର୍ଷ ଦାଦା ସାହେବ ଫାଲକେ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ରେହମାନ ଜୀଙ୍କୁ ସିନେମା ଜଗତରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯିବ । ତାଙ୍କୁ ଏହି ପୁରସ୍କାର ଘୋଷଣା କରି ମୁୃଁ ନିଜକୁ ବହୁତ ଗର୍ବ ଅନୁଭବ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ