Masthead

ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ । ପାଣିରେ ଭାସୁଛି ଏକର ଏକର ପରିବା ଚାଷ । ଋଣ ପରିଶୋଧ କରିବା ନେଇ ଚାଷୀମୁଣ୍ଡରେ ପଡିଛି ଚଡ଼କ । ଫୁରେ କି ଦି ଫୁରା ନୁହେଁ, ନିର୍ଦ୍ଧୁମ ଛେଚିଲା । ଅବଶ୍ୟକତା ଠାରୁ ଅଧିକ ଛେଚିଲା । ଅଦିନିଆ ବର୍ଷାରେ ବାଲେଶ୍ବର ରେମୁଣା ,ବାଲିଆପାଳ,ଭୋଗରାଇ, ଜଳେଶ୍ବର ଅଞ୍ଚଳରେ ହୋଇଥିବା ପରିବା ଓ ରବି ଫସଲ ନଷ୍ଟ ହେବାକୁ ବସିଛି । ଜହ୍ନି, କଲରା , ବିଲାତି , କାକୁଡି ଓ କଖାରୁ ଫସଲ ପାଣିରେ ଭାସୁଛି । ମୁଗ , ବାଦାମ ଓ ତରଭୁଜ ଜମିରେ ଆଁଠୁଏ ଆଁଠୁଏ ପାଣି ଜମି ରହିଛି । ଉଜୁଡ଼ା ଚାଷକୁ ସଜାଡ଼ିବାରେ ଲାଗିପଡିଛନ୍ତି ଚାଷୀ । ଋଣ କରି ଚାଷରେ ଲଗାଇଥିଲେ ଚାଷୀର ଚିନ୍ତା ବଢିଯାଇଛି । ସେହିପରି ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ପଞ୍ଚାୟତରେ ହୋଇଥିବା ତରୁଭୁଜ ଚାଷ ଉଜୁଡି ଯାଇଛି । ଭାଙ୍ଗି ଯାଇଛି ଚାଷୀର ସୁଖ ସପନ ।

ଅଦିନିଆ ଝଡ଼ବର୍ଷା ଖାଲି ଫସଲ ଉଜାଡିନି । ଉଜାଡି ଦେଇଛି ଘରଦ୍ୱାର । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ହୋଇଛି ନାହିଁ ନଥିବା କ୍ଷୟକ୍ଷତି । ଘରର ଆଜବେଷ୍ଟ ଉଡି ଯାଇଥିବା ବେଳେ କୁଆପଥର ମାଡରେ ବହୁ ଆଜବେଷ୍ଟ ଭାଙ୍ଗିରୁଜି ଯାଇଛି । ଗାଈଗୋରୁ ମୃତ୍ୟୁବରଣ କରିଛନ୍ତି । ପଣଶଗୁଡା, କଞ୍ଜାକଣା, ଡି. କରଳ ଏମିତି ଅନେକ ଗାଁ ପ୍ରଭାବିତ ହୋଇଛି । କଞ୍ଜାକଣା ଗ୍ରାମର ଦୁଇଜଣ ପାଣି ଆଣିବାକୁ ନାଳକୁ ଯାଇଥିବା ବେଳେ କୁଆପଥର ମାଡ଼ରେ ଗୁରୁତର ହୋଇ କାଶୀପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ପ୍ରକୃତିର ଆଗରେ ମଣିଷ ଛାର । ତେବେ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କ କ୍ଷତିପୂରଣ ପ୍ରଦାନ କରିବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି 🔴 ଅନ୍ୟ ଜାତିରେ ବାହା ହେବାରୁ କୂଳରୁ ବାସନ୍ଦ 🔴 ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ 🔴 ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅପରାଧୀଙ୍କୁ ନାହିଁ ପୋଲିସର ଭୟ 🔴 ଆହୁରି ବଢ଼ିବ ତାତି 🔴 ବାଲି ମାଫିଆଙ୍କ ଘରେ ରେଡ 🔴 ଭିଜିଲାନ୍ସ ପଞ୍ଝାରେ ପ୍ରଧାନଶିକ୍ଷକ 🔴 କେରଳମ୍‌ରେ ସତୀଶନ୍ ସରକାର 🔴 କୋର କମିଟି ବୈଠକରେ ନିତିନ ନବୀନ 🔴 ଆଜି ଶପଥ ନେବେ ଭି.ଡି ସତିଶନ୍ 🔴 ୪୩ ଡିଗ୍ରୀ ଛୁଇଁପାରେ ତାତି