Masthead

ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା

ହାଟଡିହି(ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନ କୁ ଆଉ କିଛି ଦିନ ବାକି ରହି ଥିବା ବେଳେ ଏବେ ଠାରୁ ଚଳ ଚଞ୍ଚଳ ହେଲାଣି ନିର୍ବାଚନ ମଣ୍ଡଳୀ। ନିୟମିତ କାର୍ୟ୍ୟଧାରା ସମ୍ପର୍କରେ ବିଜୁ ଜନତା ଦଳ ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର ୨ରୁ ପଦ ଯାତ୍ରା ଆରମ୍ଭ କରି ନଭେମ୍ବର ୨ ପର୍ଯ୍ୟନ୍ତ ଚାଲୁରହିଛି। ଆଜି ଆନନ୍ଦପୁର ନିର୍ବାଚନ ମଣ୍ଡଳୀରୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କ ନେତୃତ୍ଵ ରେ ପୁରା ଜିଲ୍ଲା ର ବିଜୁ ଜନତା ଦଳର ନେତ୍ରୁ ମଣ୍ଡଳୀ ତାଙ୍କ ସହ ଯୋଗ ଦେଇଥିଲେ। ଏହି ପଦ ଯାତ୍ରା ହାଟଡିହି କଲେଜ ଛକ ରୁ ବାହାରି ଛେନା ପଦୀ ଛକ ପର୍ୟ୍ୟନ୍ତ ଚାଲୁ ରହିଥିଲା। ଏଥିରେ ଶହ ଶହ ଲୋକ ଙ୍କୁ ବିଜୁ ଜନତା ଦଳର ଯୋଜନା ସମ୍ପର୍କ ରେ ବୁଝା ଯିବା ସହ ଆଲୋଚନା କରାଯାଇଥିଲା। ଏଥିରେ ବିଜୁ ଜନତା ଦଳର ସାଂସଦ ଚନ୍ଦ୍ରାଣି ମୁର୍ମୁ, ଜିଲ୍ଲା ସଭାପତି ମାଧବ ସର୍ଦ୍ଦାର , ଘଷିପୁରା, ତେଲକୋଇ, ପାଟଣା, ଚମ୍ପୁଆ, ସଦର ସହ ମହିଳା ଜିଲ୍ଲା ସଭାପତି ଯୋଗ ଦେଇଥିଲେ। ଆଗାମୀ ଦିନରେ କିପରି ବିଜୁ ଜନତା ଦଳ ନିର୍ବଚନୀ ଲଢିବ ସେ ଉପରେ ସବିଶେଷ ମତ ରଖିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ