Masthead

ଖେଳ ପଡିଆ ତିଆରି ରେ ଦୁର୍ନୀତି ଅଭିଯୋଗ !

ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଟେଟେଗାଂଗିଳା ଗ୍ରାମରେ ହୋଇଥିବା ଖେଳ ପଡିଆ ରେ ଦୁର୍ନିତି ଅଭିଯୋଗ ଆଣିଛନ୍ତି ଗ୍ରାମ ବାସୀ ଏହାର ଏକ ଭିଜିଲାନ୍ସ ତଦନ୍ତ ଦାବି କରି ଦୋଷୀ କୁ ଦଣ୍ଡ୍ ଦିଆ ଯାଉ ବୋଲି ଅଭିଯୋଗ କରି ଥିବାବେଳେ ଏ ନେଇ ଲହୁଣିପଡ଼ା bdo କହିଛନ୍ତି କାମ ଠିକ୍ ଥିବା ଜଣା ପଡୁଛି ତଥାପି ଏହାର ଏକ ତଦନ୍ତ ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଙ୍କୁ ଦିଆଯାଇଛି ଯଦି ସେପରି କିଛି ଆସେ ତାହେଲେ ନିୟମ ଅନୁଯାୟୀ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ.
ଏ ହେଉଛି ସେହି ଖେଳ ପଡିଆ, ଏହି ଖେଳ ପଡିଆ ଲାଗୀ ୨୦୧୮-୧୯ ଆର୍ଥିକ ବର୍ଷରେ ୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି, କାମ ଆରମ୍ଭ ହେଲା ପରେ କାମ ବନ୍ଦ ହୋଇଗଲା ଗ୍ରାମ ବାସୀ କାମ କାହିଁକି ବନ୍ଦ ହେଲା ଖୋଳତାଡ଼ କରିବା ପରେ ନେଟ୍ ରୁ ଜଣା ପଡ଼ିଥିଲା ଯେ ଯେତିକି କାମ ହୋଇଛି ସେଥି ମଧ୍ୟରୁ ପ୍ରାୟ ୩ ଲକ୍ଷ୍ୟ ୩୬ ହାଜରା ୭ ୫ ଟଙ୍କା ଖର୍ଚ୍ଚ ସାରିଥିବା ନେଟ୍ ରୁ ଦେଖିବାକୁ ମିଳିଥିଲା, ଦେଖନ୍ତୁ କିପରି ଭାବେ କାମ ହୋଇଛି, ପଡିଆ ରେ ଟିକେ ଟିକେ ମାଟି ଉଠି ଥିବାବେଳେ ପଡିଆ ରେ ବିରାଟ ବିରାଟ ପଥରେ ଛାଏଁ ପଥର ଅଛି ଗଛ ଚାରିଆଡ଼େ ଭର୍ତି,ଯାହା ଅର୍ଥ ଆତ୍ମସାତ୍ କରାଯାଇଥିବା ଗନ୍ଧ ବାରି ହୋଇ ପଡ଼ି ଥିଲା । ଏହିପରି କାମ କରି ଟଙ୍କା ଉଠାଇ ନେଇଥିବା ଜଣାପଡି ବା ନେଇ ଗ୍ରାମ ବାସୀ ଏ ବିଷୟରେ ଲହୁଣିପଡ଼ା ବିଡ଼ିଓ ଙ୍କୁ ମଧ୍ଯ ଜଣାଇ ଅଛନ୍ତି, ଗ୍ରାମ ବାସୀ ଙ୍କ ଅଭିଯୋଗ ଯେ ଏହି କମ ରେ ଦୁର୍ନୀତି ହୋଇଛି ଯେତିକି କାମ ହୋଇଛି ଏହା ତିନି ଲକ୍ଷ ଟଙ୍କା ର କାମ ହୋଇନାହିଁ ଅଳ୍ପ କାମ କରି ଟଙ୍କା କୁ ହଡପ୍ ହୋଇଛି ଏହାର ଭିଜିଲାନ୍ସ ତଦନ୍ତ କରି ଆମକୁ ଉପଯୁକ୍ତ ନ୍ୟାୟ ଦିଆଯିବା ସହ ଏଥିରେ ସମ୍ପୃକ୍ତ ଦୋଷୀ କୁ ଦଣ୍ଡ ଦିଆଯାଉ ବୋଲି ଅଭିଯୋଗ କରିଛନ୍ତି, ଏହି କାମ କୁ ଦେଖିଲେ ଜଣା ପଡ଼ୁଛି କିପରି ଭାବରେ ଜଙ୍ଗଲ ପାହାଡ଼ ଭିତରେ ଉନ୍ନୟନ କାମ କିପରି ହେଉଛି ।
ଲହୁଣିପଡା ବିଡ଼ିଓ କହିଛନ୍ତି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ଖେଳ ପଡିଆ ରେ ଅନିମିୟତ। ହୋଇ ଅର୍ଥ ହଡ଼ପ ହୋଇଛି ଏହାର ଏକ ତଦନ୍ତ ଆସିଷ୍ଟାଣ୍ଟ ଇଞ୍ଜିନିୟରିଂ କୁ ଦିଆ ଯାଉଛି। ରିପୋର୍ଟ୍ ଆସିଲେ ଯାହା ପଦକ୍ଷେପ ନିଆଯିବ ଯଦି ସେପରି କିଛି ହୋଇ ଥିବ ତାହେଲେ ନିୟମ ଅନୁସାରେ କାର୍ଯ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ 🔴 ନିଲର୍ଜର ସୀମା ଟପିଲେ ଆଫ୍ରିଦ 🔴 ଅମୃତସର ହମଲା, ଡେମୋ ଦେଖାଇଲା ଭାରତୀୟ ସେନା 🔴 ଯୁବକଙ୍କ ଉନ୍ମତକାଣ୍ଡ, ହଠାତ ଆସିଲେ ଚଳନ୍ତା ବସର ଷ୍ଟିଅରିଂ ମୋଡି ଦେଲେ 🔴 ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଫୁ 🔴 ବାଇଡେନ୍‌ଙ୍କୁ ମାରାତ୍ମକ କ୍ୟାନସର୍ 🔴 ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ISI ଗୁପ୍ତଚର 🔴 ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ 🔴 ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ସହ ୨ ବାଇକ ଜବତ 🔴 ହାତ ଟେକିଦେଲେ ନବୀନ! 🔴 ଆସୁଛି ବଡ଼ ଲଘୁଚାପ