Masthead

ଘସିପୁରାକୁ ଦୁର୍ନୀତି ମୁକ୍ତ କରିବାକୁ ସୁବ୍ରତ ଚକ୍ରଙ୍କ ଆହ୍ୱାନ

ଘସିପୁରା(ବଡ଼ ଖବର ବ୍ୟୁରୋ): ଘସିପୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ସୁବ୍ରତ ଚକ୍ରଙ୍କ ନାଁ ଘୋଷଣା ପରେ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମନରେ ଖୁସିର ଲହରୀ । ସୁବ୍ରତ ନୂଆ ମୁହଁ ଭାବେ ଘସିପୁରାରୁ ଟିକେଟ ପାଇଛନ୍ତି । ପୂର୍ବରୁ ସେ କଂଗ୍ରେସ ବ୍ଲକ ସଭାପତି ଭାବେ ରହି ସଂଗଠନକୁ ସୁଦୃଢ କରିବାରେ ଲାଗିଥିଲେ। ସାଧାରଣତ ଏହି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ନିର୍ବାଚନରେ ନିରଞ୍ଜନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ବେଳେ ବଦ୍ରି ବନାମ ନିରଞ୍ଜନ ଲଢେଇ ଏଠାରେ ରୋଚକ ସ୍ଥିତି ତିଆରି କରିଥାଏ । ହେଲେ ଚଳିତ ଥର ଏଠାରେ କଂଗ୍ରେସ ତାର ପ୍ରାର୍ଥୀ ବଦଳାଇ ନୂଆ ମୁହଁ ଦେଇଛି ।

ବିଶେଷତଃ ଘସିପୁରା ନିର୍ବାଚନ ମଣ୍ଡଳୀରେ ଯୁବ ବର୍ଗଙ୍କୁ ଏକତ୍ରିତ କରିବା ସହିତ ଭାଇଚାରା ପ୍ରତିଷ୍ଠା ଓ ଦୁର୍ନୀତି ମୁକ୍ତ, ଏବଂ ଘସିପୁରା ଗଢିବା ତାଙ୍କର ମୁଖ୍ୟ ମୁଦା ରହିବ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ତାଙ୍କ ଉପରେ ବିଶ୍ୱାସ କରି ନିର୍ବାଚନ ଲଢ଼ିବା ପାଇଁ ଦାଇତ୍ୱ ଦେଇଥିବାରୁ ନିରଞ୍ଜନ ପଟ୍ଟନାୟକ ତଥା କଂଗ୍ରେସର ମୁଖିଆଙ୍କୁ ସେ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି