Masthead

ପଶ୍ଚିମ ଓଡ଼ିଶାର ଅନ୍ୟ ଏକ ମହାନ୍ ପର୍ବ ପୁଅ ଜିଉଁତିଆ

ପୁଅର ଦୀର୍ଘଜୀବନ କାମନା କରି ମାଆ କଲା ପୂଜା

ବରଗଡ଼: ପଶ୍ଚିମ ଓଡ଼ିଶାର ଏକ ପ୍ରାଚୀନ ପର୍ବ ମଧ୍ୟରୁ ପୁଅ ଜିଉନ୍ତିଆ ଅନ୍ୟତମ । ସନ୍ତାନମାନଙ୍କର ମଙ୍ଗଳ କାମନା ଏବଂ ସନ୍ତାନ ପ୍ରାପ୍ତି ଆଶାରେ ବ୍ରତ ପାଳନ କରିଥାନ୍ତି ମହିଳାମାନେ । ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ବ୍ରତ ପଳନ କରାଯାଉ ଥିବାବେଳେ ଗୁରୁବାରଠାରୁ ଏହି ପୂଜା ଆରମ୍ଭ ହୋଇ ଆଜି ଶେଷ ହୋଇଛି । ମାଆମାନେ ସନ୍ତାନ ସନ୍ତତିମାନଙ୍କର ଦୀର୍ଘ ଜିବନ ସହ ଉଜ୍ୱଳ ଭବିଷ୍ୟତ କାମନା କରି ବ୍ରତ ଧାରଣ କରୁଥିବା ବେଳେ ନିଃସନ୍ତାନ ମହିଳାମାନେ ସନ୍ତାନ ସନ୍ତତି ଆଶାରେ ବ୍ରତ ଧାରଣ କରିଥାନ୍ତି । ତେବେ ଗୁରୁବାରଠାରୁ ସମଗ୍ର ପଶ୍ଚିମ ଓଡିଶା ସହ ବରଗଡର ପୁରପଲ୍ଲୀରେ ବ୍ରତଧାରୀ ମାଆମାନେ ବିଧି ଅନୁସାରେ ସକାଳୁ ନିର୍ଜଳ ଉପବାସ ରହିଥିଲେ । ସନ୍ଧ୍ୟାରେ ପୋଖରୀ କିମ୍ବା ନଦୀରେ ସ୍ନାନ ସାରି ବାଲିରେ ଅପାମାର୍ଗ କାଠି ଓ କାକୁଡି ଚକିରେ ପୂଜାର୍ଚ୍ଚନା କରିଥିଲେ । ପରେ ଘରକୁ ଫେରି ନବବସ୍ତ୍ର ପରିଧାନ କରି ରାତିରେ ଗାଁଦାଣ୍ଡରେ ସୂର୍ଯ୍ୟପୁତ୍ର ଦୂତିବାହନଙ୍କୁ ପୂଜାର୍ଚ୍ଚନା କରିଥିଲେ । ରାଜ ରାଜୁଡ଼ା ଅମଳରୁ ଏହି ବ୍ରତ ପାଳିତ ହୋଇଆସୁଛି । ବ୍ରତ ପାଇଁ ୧୦୮ଲେଖାଏଁ ଦୁବଘାସ, ଅକ୍ଷତ ଅରୁଆ ଚାଉଳ ଏକାଠି କରି ସରଗିପତ୍ରରେ ବ୍ରତଧାରୀମାନେ ଗୁନ୍ଥିଥାନ୍ତି । ଓଷାଦିନ ରାତିରେ ଗାଁଦାଣ୍ଡରେ ଏକ ବେଦୀ ତିଆରି କରି ଗାତଖୋଳି ଜିଅନ୍ତା ମାଛ ଛାଡିବା ସହ ପୂଜାର୍ଚ୍ଚନା କରିଥାନ୍ତି । ୨୧ ପ୍ରକାରର ଫଳସହ ଆଖୁଗଛରେ ଖିରଢାଳି ଏହି ପୂଜା ହେବାର ବିଧି ରହିଛି । ଖାଲି ପୁଅମାନଙ୍କ ପାଇଁ ନୁହେଁ, ଏବେ ଝିଅମାନଙ୍କୁ ମଧ୍ୟ ଦୁବ ଛୁଆାଁଇ, ବ୍ରତବାନ୍ଧି ସେମାନଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି ବ୍ରତଧାରୀ ମାଆମାନେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ