Masthead

ବହୁ ଚର୍ଚ୍ଚିତ ବାଲିକୁମାଗାଁ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିକୁମା ଗାଁରେ ୨୦୧୭ ମସିହା ଜୁନ ମାସରେ ହୋଇଥିବା ବହୁ ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ହରି ପାତ୍ର ,ରଘୁ ଲୁହାର ,ଆନନ୍ଦ ପାତ୍ର ଓ ସୁଦର୍ଶନ ଲୁହାରକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନ୍ୟବର ସତ୍ୟ ନାରାୟଣ ପାତ୍ର । ଆଇପିସି ଧାରା ୪୫୦ ,୩୭୬ଡ଼ି ,୩୦୨ ,୧୨୦(ବି) ରେ ମାମଲା ରୁଜୁ ହୋଇଛି ।ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମନା ଏବଂ ଅର୍ଥ ଅନାଦେୟ ୧ ବର୍ଷ କାରାଦଣ୍ଡ । ଦଫା ୪୫୦ ଅନୁଯାୟୀ ୩ ବର୍ଷ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମନା । ଅର୍ଥ ଅନାଦେୟ ଏକ ମାସ ଅଧିକ କାରାଦଣ୍ଡ । ସେହିପରି ଦଫା ୩୭୬ଡି ଅନୁଯାୟୀ ବଞ୍ଚିଥିବା ପର୍ଯ୍ୟନ୍ତ ଜେଲ ଓ ୨୦ ହଜାର ଟଙ୍କା ଜରିମାନା । ଜରିମନା ଅନାଦେୟ ୧ ବର୍ଷ ଅତିରିକ୍ତ କାରାଦଣ୍ଡ । ଦଫା ୧୨୦ (ବି ) ଅନୁଯାୟୀ ୩ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମନା । ଜରିମନା ଅନଦେୟ ୨ ମାସ କାରାଦଣ୍ଡରେ ରହିବା ପାଇଁ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଶୁଣାଣି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ,୨୦୧୭ ମସିହା ଜୁନ ମାସ ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବାଲିକୁମା ଗାଁର ବିଧବା ମହିଳା ଦୟମଣି ପାତ୍ରଙ୍କ ରୋଷେଇ ଘରେ ସେହି ଗ୍ରାମର ହରି ପାତ୍ର ଓ ରଘୁ ଲୁହାର ଦୁଷ୍କର୍ମ କରିବା ସହ ମହିଳାଙ୍କ ଯୌନାଙ୍ଗରେ ଏକ ରୁଟି ତିଆରି ତାୱାର ବେଣ୍ଟ ଏବଂ ଏକ ରାଡ଼କୁ ଭର୍ତ୍ତି କରିଦେଇ ମାରି ଦେଇଥିଲେ । ଏହି କାର୍ଯ୍ୟରେ ଗ୍ରାମର ଆନନ୍ଦ ପାତ୍ର ଓ ସୁଦର୍ଶନ ଲୁହାର ସହଯୋଗ କରିଥିଲେ । ଘରର ଛାତ ଉପରେ ଶୋଇଥିବା ଦୟମଣିର ୧୨ ବର୍ଷୀୟ ସାନପୁଅ ଭୀମସେନ ପାତ୍ର ଚିତ୍କାର ଶୁଣି ତଳକୁ ଆସିଥିଲେ । ଏବଂ ମାଆର ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ଗାଁରେ ରହୁଥିବା ବଡ଼ ଭାଇ ଯୁଗଳ ପାତ୍ରଙ୍କ ଶାଶୁ ବାଲି ପାତ୍ର ଓ ହରି ପାତ୍ରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ତାପର ଦିନ ସକାଳେ ଦୟମଣିଙ୍କ ବଡ଼ପୁଅ ଯିଏକି କଟକରେ ରହୁଥିଲେ । ସେ ଆସି କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ କେନ୍ଦ୍ରକରି କଙ୍କଡ଼ାହାଡ଼ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡା ଥାନାରେ କେସ ନଂ ୩୨/୧୭ ରେ ଏକ କେସ ରୁଜୁ କରି ୪ ଅଭିଯୁକ୍ତକୁ ଗିରଫ କରିଥିଲେ । ତେବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୧୯ ଜଣ ସାକ୍ଷୀ ,ସାଇଣ୍ଟିଫିକ ଟିମର ରିପୋର୍ଟ ,ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଆଖି ଆଗରେ ରଖି ଆଜି ରାୟ ପ୍ରକାଶ କରିଥିଲେ । ଏଥିରେ ଜିଲ୍ଲା ପିପି ଗଣେଶ କୁମାର ବେହେରା କେସ ପରିଚାଳନା କରୁଥିବା ବେଳେ ଅତିରିକ୍ତ ପିପି ଭାବରେ ଦେବରାଜ ବେହେରା ଓ ସୂର୍ଯ୍ୟନାରାୟଣ ସାହୁ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ