Before Header

ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ବାଚସ୍ପତି

0 31

ଦଶରଥପୁର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରଥମ ଥର ମହିଳା ବାଚସ୍ପତି ହେବା ପରେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ପ୍ରମିଳା ମଲ୍ଲିକ । ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନମଣ୍ଡଳୀ ଦଶରଥପୁର ବ୍ଲକ ଅଧୀନ ରେ ଥିବା ୧୫ ଟି ପଞ୍ଚାୟତରେ ଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ମେଗା ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଛନ୍ତି ।

ଦଶରଥପୁର ଅଞ୍ଚଳ ଝଡି ବଢ଼ିର ଅଞ୍ଚଳ ହୋଇଥିବାରୁ ବିଭିନ୍ନ ସମୟରେ ସାଧାରଣଲୋକେ ଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ତରଫରୁ ବସୁଧା ଯୋଜନା ଏବଂ ମେଗା ପାନୀୟ ଜଳ ଯୋଜନାରେ ସାଧାରଣ ଲୋକେ ଉପକୃତ ହେବେ ବୋଲି ବାଚସ୍ପତି ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.