Before Header

୨୦୨୩ରେ ଷ୍ଟାର୍କ ହେଲେ କେତେ ଟଙ୍କାରେ ନିଲାମ?

0 586

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୁବାଇରେ ବସିଥିଲା ଆଇପିଏଲ-୧୭ର ଖେଳାଳି ନିଲାମୀ ହାଟ । ନିଲାମୀରେ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା କରିଥିଲେ ଆଇପିଏଲର ବିଭିନ୍ନ ଦଳ । ଆଉ ଏହି ହାଟରେ ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଅଷ୍ଟ୍ରେଲିଆର ବାମହାତୀ ଖେଳାଳି ମିଚେଲ ଷ୍ଟାର୍କ । ତାଙ୍କ ଉପରେ ଟଙ୍କା ବର୍ଷା କରିଥିଲା କୋଲକାତା ନାଇଟ ରାଇଡର୍ସ । ନିଜ ପର୍ସରେ ଥିବା ୩୨ କୋଟି ୭ ଲକ୍ଷ ଟଙ୍କାରୁ ଷ୍ଟାର୍କଙ୍କ ପାଇଁ ଟଙ୍କା ଲଗାଇଥିଲା ୨୪ କୋଟି ୭୫ ଲକ୍ଷ । ଯାହା ଆଇପିଏଲ ଇତିହାସରେ ଏକ ନୂଆ ରେର୍କଡ଼ ସୃଷ୍ଟି କରିଥିଲା ।

ଘଟଣା ଥିଲା କିଛି ଏମିତି । ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ କିଛି ସମୟ ପୂର୍ବରୁ ଆଇପିଏଲ ଇତିହାସରେ ସର୍ବାଧିକ ଟଙ୍କାରେ ବିକ୍ରି ହୋଇଥିବା ଖେଳାଳି ହୋଇଥିଲେ । ମାତ୍ର କିଛି ମୁହୂର୍ତ୍ତରେ ଏହା ବଦଳି ଯାଇଥିଲା । ଇତିହାସ ଲେଖା ହେବାର କିଛି ସମୟ ପରେ ମିଚେଲ ଷ୍ଟାର୍କ ଏହାକୁ କ୍ରଶ କରିଥିଲେ । ଆଉ ମିଚେଲ ଷ୍ଟାର୍କ ଇତିହାସରେ ସବୁଠାରୁ ଅଧିକ ମୂଲ୍ୟବାନ କ୍ରିକେଟର ପାଲଟିଥିଲେ । ଦଳର ଅଧିନାୟକକୁ ପଛରେ ପକାଇଥିଲେ । ଆସନ୍ତା ସିଜନ ପାଇଁ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ଷ୍ଟାର୍କ କୋଲକାତା ନାଇଟ ରାଇଡର୍ସରେ ସାମିଲ ହୋଇଛନ୍ତି ।


କୋଲକାତା ସହ ଗୁଜୁରାଟ ଟାଇଟନ୍ସର ହୋଇଥିଲା କଡ଼ା ଟକ୍କର। ୨୪ କୋଟି ଯାଏ ଯାଇଥିଲା ଗୁଜୁରାଟ । କିନ୍ତୁ ଶେଷରେ କେକେଆର ୭୫ ଲକ୍ଷ ଟଙ୍କା ଅଧିକ ଡାକି ଷ୍ଟାର୍କଙ୍କୁ ନିଜ ଦଳରେ ସାମିଲ କରିଥିଲା । ଏହା ପୂର୍ବରୁ ପ୍ୟାଟ କମିନ୍ସଙ୍କୁ ୨୦ କୋଟି ୫୦ ଲକ୍ଷରେ ସାମିଲ କରିଥିଲା ସନରାଇଜର୍ସ ହାଇଦ୍ରାବାଦ । ଯାହା ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟ ରହିଥିଲା । କିନ୍ତୁ ଏହି ରେକର୍ଡକୁ ଷ୍ଟାର୍କ ଭାଙ୍ଗି ଦେଇଥିଲେ । ଦୁଇ ଖେଳାଳିଙ୍କୁ କିଣିବା ପାଇଁ ଦୁଇ ଫ୍ରାଞ୍ଚାଇଜ ୪୫ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ମୋଟ ୫୬ ଜଣ ଖେଳାଳି ବିକ୍ରି ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୩ ବିଦେଶୀ ଖେଳାଳି ରହିଛନ୍ତି । ୫୬ ଜଣ ଖେଳାଳିଙ୍କୁ କିଣିବା ପାଇଁ ୨୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ନିଲାମୀ ପାଇଁ ୧୦ ଫ୍ରାଞ୍ଚଇଜଙ୍କ ପର୍ସରେ ଥିଲା ମୋଟ ୨୬୨ କୋଟି ୯୫ ଲକ୍ଷ । ମୋଟ ୭୭ ଜଣ ଖେଳାଳି ବିକ୍ରି ହେବାର କାର୍ଯ୍ୟକ୍ରମ ରହିଥିଲା ।

ଭାରତୀୟଙ୍କ ମଧ୍ୟରେ ହର୍ଷଲ ପଟେଲ ସର୍ବାଧିକ ୧୧ କୋଟି ୭୫ ଲକ୍ଷରେ ବିକ୍ରି ହୋଇଥିଲେ । ତାଙ୍କୁ କିଙ୍ଗସ ୧୧ ପଞ୍ଜାବ ଦଳରେ ସାମିଲ କରିଥିଲା । ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ୩ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରିଛି । ସନରାଇଜର୍ସ ହାଇଦ୍ରାବାଦ ୬ ଜଣଙ୍କୁ କିଣିଛି । କମିନ୍ସଙ୍କ ଦଳରେ ଟ୍ରେଭିସ ହେଡଙ୍କୁ ୬.୮୦ କୋଟିରେ କ୍ରୟ କରିଛି । ରାଜସ୍ଥାନ ରୋଭମ୍ୟାନ ପୋୱେଲଙ୍କୁ ୭.୪୦ କୋଟି ଏବଂ ଶୁଭମ ଦୁବେଙ୍କୁ ୫.୮୦ କୋଟିରେ ଦଳରେ ସାମିଲ କରିଛି । ସେହିପରି ପଞ୍ଜାବ କ୍ରିସ୍ ୱକ୍ସଙ୍କୁ ୪.୨୦ କୋଟି ମୁମ୍ବାଇ ଇଣ୍ଡିଆନ୍ସ ଗେରାଲ୍ଡ କୋଏଟଜୀଙ୍କୁ ୫ କୋଟି, ନୁୱନ ଥୁସାରାଙ୍କୁ ୪.୮୦ କୋଟି ଲକ୍ଷ୍ନୌ ସୁପର ଜାଏଣ୍ଟସ ଶିବମ ମାଭିଙ୍କୁ ୬.୪୦ କୋଟି ଗୁଜରାଟ ଟାଇଟନ୍ସ ସ୍ପେନସର ଜନସନଙ୍କୁ ୧୦ କୋଟି, ଶାହରୁଖ ଖାନଙ୍କୁ ୭.୪୦ କୋଟି ଏବଂ ଉମେଶ ଯାଦବଙ୍କୁ ୫.୮୦ କୋଟିରେ କିଣିଛି ।

ଦିଲ୍ଲୀ କ୍ୟାପିଟାଲ୍ସ କୁମାର କୁଶାଗ୍ରାଙ୍କୁ ୭.୨୦ କୋଟି, ଝେୟ ରିଚାର୍ଡସନଙ୍କୁ ୫ କୋଟି ଓ ହ୍ୟାରୀ ବ୍ରୁକଙ୍କୁ ୪ କୋଟି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଡାରେଲ ମିଚେଲଙ୍କୁ ୧୪ କୋଟି, ସମୀର ରିଜଭିଙ୍କୁ ୮.୪୦ କୋଟି ଏବଂ ସାଦ୍ଦୁର୍ଲ ଠାକୁରଙ୍କୁ ୪ କୋଟି ଟଙ୍କାରେ କିଣିଛି । ଆଇପିଏଲରେ ସାମ୍ କୁରାନ ସବୁଠୁ ଦାମୀ ଖେଳାଳି ରହିଥିଲେ । ତାଙ୍କୁ ପଞ୍ଜାବ ୨୦୨୩ ସଂସ୍କରଣ ପାଇଁ ୧୮.୫୦ କୋଟିରେ ଦଳରେ ସାମିଲ କରିଥିଲା । କିନ୍ତୁ ତାଙ୍କ ରେକର୍ଡ ପ୍ରଥମେ କମିନ୍ସ ଏବଂ ପରେ ଷ୍ଟାର୍କ ଭଙ୍ଗ କରିଥିଲେ । କାମେରନ ଗ୍ରୀନଙ୍କୁ ୨୦୨୩ରେ ମୁମ୍ବାଇ ୧୭.୫୦ କୋଟି, ବେନ ଷ୍ଟୋକ୍ସଙ୍କୁ ୨୦୨୩ରେ ଚେନ୍ନାଇ ୧୬.୨୫ କୋଟି, କ୍ରିସ ମୋରିଶ ୨୦୨୧ରେ ରାଜସ୍ଥାନ ୧୬.୨୫ କୋଟି ଏବଂ ଯୁବରାଜ ସିଂଙ୍କୁ ୨୦୧୫ରେ ଦିଲ୍ଲୀ ୧୬ କୋଟିରେ କିଣିଥିଲା ।

Leave A Reply

Your email address will not be published.