Before Header

ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟା କଣ୍ଟାବାଞ୍ଜି ବନ୍ଦ

0 30

କଣ୍ଟାବାଞ୍ଜି(ବଡ଼ ଖବର ବ୍ୟୁରୋ): ଆଜି ୧୨ ଘଣ୍ଟା କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ  ବନ୍ଦ ଡାକରା ଦେଇଛି କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତି । ଜିଲ୍ଲା ମାନ୍ୟତା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି ।

ବନ୍ଦ ଡାକରା ହେତୁ ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ତହସିଲ, ଆଦି ସମସ୍ତ ଅନୁଷ୍ଠାନ ବନ୍ଦ ଥିବାବେଳେ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସଂଗଠନ ସମର୍ଥନ ଜଣାଇ ବନ୍ଦରେ ସାମିଲ ହୋଇଛନ୍ତି। ଦୀର୍ଘ ୩୦ ବର୍ଷ ଧରି କଣ୍ଟାବାଞ୍ଜିକୁ ଜିଲା ମାନ୍ୟତା ପାଇଁ ଦାବି ହୋଇ ଆସୁଛି । ଜିଲ୍ଲା ମାନ୍ୟତା ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି ।

Leave A Reply

Your email address will not be published.