Masthead

ବନ୍ଦ ହେବ ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବନ୍ଦ ହେବ ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ । ‘ୱିନେର ଜେଇଟୁଙ୍ଗ’ ଅଷ୍ଟ୍ରିଆର ଜଣାଶୁଣା ଏବଂ ବିଶ୍ୱର ସବୁଠୁ ପୁରୁଣା ଖବରକାଗଜ । ୧୭୦୩ ମସିହାରୁ ପ୍ରକାଶ ପାଇ ଆସୁଛି ଏହି ଖବରକାଗଜ । ଏହି ଖବରକାଗଜକୁ ବନ୍ଦ କରିବାକୁ ଅଷ୍ଟ୍ରିଆ ପାର୍ଲାମେଣ୍ଟ ଗୁରୁବାର ନିଷ୍ପତ୍ତି ନେଇଛି। ପାର୍ଲାମେଣ୍ଟରେ ସଂଖ୍ୟାଗରିଷ୍ଠ ଭୋଟରେ ଏହି ଆଇନ ଗୃହୀତ ହୋଇଛି। ‘ୱିନେର ଜେଇଟୁଙ୍ଗ’ ୩୨୦ ବର୍ଷର ଇତିହାସରେ ଯୁବ ମୋଜାର୍ଟଙ୍କଠାରୁ ଆରମ୍ଭ କରି ଶେଷ ହାଚ୍ସବର୍ଗ ସମ୍ରାଟଙ୍କ ପଦତ୍ୟାଗ ପର୍ଯ୍ୟନ୍ତ ପ୍ରତ୍ୟେକ ଖବର ପ୍ରକାଶ କରିଆସିଥିଲା।

୧୮୫୭ରେ ଅଷ୍ଟ୍ରିଆ ସରକାର ଏହି ଖବରକାଗଜର ମାଲିକାନା ହାତକୁ ନେଇଥିଲେ । ସେହି ଦିନଠାରୁ ସରକାରୀ ଗେଜେଟ ଭାବେ ଏଥିରେ ନିଯୁକ୍ତି ଓ ଅନ୍ୟାନ୍ୟ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଆସୁଥିଲା। ସରକାରୀ ବିଜ୍ଞାପନ ହିଁ ଏହାର ମୁଖ୍ୟ ଆୟ ଥିଲା। ଗୁରୁବାର ଅଷ୍ଟ୍ରିଆ ପାର୍ଲାମେଣ୍ଟରେ ଏକ ଆଇନ ଗୃହୀତ ହୋଇଛି । ଏହି ଆଇନ ଅନୁଯାୟୀ ଖବରକାଗଜର ପ୍ରିଣ୍ଟ ଏଡିଶନରେ ବିଜ୍ଞାପନ ବାହାର କରାଯିବ ନାହିଁ। ଦୈନିକ ଖବରକାଗଜ ଚଳାଇବା ଓ ଏହାକୁ ଆର୍ଥତ୍କ ସହାୟତା ଦେବା ସରକାରଙ୍କ କାର୍ଯ୍ୟ ନୁହେଁ ବୋଲି ଅଷ୍ଟ୍ରିଆର କଞ୍ଜରଭେଟିଭ୍‌ ଚାନ୍‌ସେଲର ସେବାଷ୍ଟିଆନ୍‌ କୁର୍ଜ ୨୦୨୧ରେ କହିଥିଲେ।

ନୂଆ ମିଡିଆ ନିୟମାବଳୀ ‘ୱିନେର ଜେଇଟୁଙ୍ଗ’କୁ ଦୈନିକ ସମ୍ବାଦପତ୍ରରୁ ଏକ ‘ପ୍ରଶିକ୍ଷଣ ଓ ଶିକ୍ଷା ମାଧ୍ୟମ’ରେ ପରିଣତ କରିଛି। ଆଇନ ଉପରେ ଭୋଟ ଦିନ ‘ୱିନେର ଜେଇଟୁଙ୍ଗ’ରେ ‘ଏଣ୍ଡ୍‌ ବାଏ ଲ’ ନାମରେ ଏକ ଲେଖା ପ୍ରକାଶ ପାଇଥିଲା। ସବୁଠୁ ପୁରଣା ଖବରକାଗଜକୁ ଯୋଜନାବଦ୍ଧ ଭାବେ ବନ୍ଦ କରାଯାଉଥିବାରୁ ଭିଏନାର ଫେଡେରାଲ ଆସେମ୍ବଲି ବାହାରେ ହଜାର ହଜାର କର୍ମଚାରୀ ଓ ପାଠକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି