Masthead

୧୨ ଚୋର ଗିରଫ

ସୋର (ବଡ଼ ଖବର ବ୍ୟୁରୋ): ଆଇଫୋନ ଚୋରି କରି ଫସିଲେ ୧୨ ଚୋର । ବେଲୁନ ବିକା ବାହାନାରେ ଲୁଟୁଥିଲେ ମୋବାଇଲ ଓ ପର୍ସ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳରେ । ୧୨ ଜଣ ପକେଟମାରଙ୍କୁ ଗିରଫ କରି ୨୬ ଟି ମୋବାଇଲ ଜବତ କରିଛି ସିମୁଳିଆ ପୋଲିସ । ଭଦ୍ରକ କାଳୀପୂଜାରେ ବେଲୁନ ଓ ପେଁକାଳୀ ବିକିବା ସହ ଭିଡ଼ ଭିତରେ ଏହି ଚୋରମାନେ କରୁଥିଲେ ହାତ ସଫେଇ ।ଲୋକଙ୍କ ଗହଳି ଭିତରେ ପଶି ଲୋକମାନଙ୍କ ମୋବାଇଲ ଓ ପର୍ସ ଚୋରି କରି ଫେରାର ହେଉଥିଲେ ।
ଭଦ୍ରକ ଚରମ୍ପାରେ କାଳୀପୂଜା ଚାଲୁଥିବା ବେଳେ ଏହିପରି ଭାବେ ଅନେକ ଲୋକଙ୍କ ମୋବାଇଲ ଚୋରି ହୋଇଥିଲା ଏବଂ ସେ ବାବଦରେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଜୈନକ ବ୍ୟକ୍ତିଙ୍କ ଆଇ ଫୋନ ଚୋରୀକୁ ନେଇ ସେ ସିମୁଳିଆ ଥାନାର ଦ୍ବାରସ୍ଥ ହୋଇଥିଲେ। ସିମୁଳିଆ ଥାନା ପୋଲିସ ମୋବାଇଲକୁ ଟ୍ରାକ କରିଥିଲେ । ତୁଳସୀ ଆଶ୍ରମ ନିକଟରେ ଥିବା ଝାଉଁ ବଣରେ ଏକ କ୍ୟାମ୍ପ କରି ରହୁଥିବା କିଛି ବୁଲା ବିକାଳୀ ରାତିରେ ସେଠାରେ ଆଶ୍ରୟ ନେଇଥିବା ବେଳେ ସେଠାରେ ପୋଲିସ ପହଞ୍ଚିଥିଲା ଏବଂ ପୋଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ସିମୁଳିଆ ପୋଲିସ ହାତରେ ଧରା ପଡ଼ିଥିଲେ ।ଚୋରମାନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥୁବାବେଳେ ଚୋରି ହୋଇଥିବା ମୋବାଇଲକୁ ନେବା ପାଇଁ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଚୋରମାଙ୍କ ମଧ୍ୟରେ ଅନେକ ଛୋଟ ଛୋଟ ପିଲା ଏବଂ ମହିଳା ମାନେ ଥିବାବେଳେ କିଛି ପୁରୁଷ ଲୋକ ଅନେକ ଗୁଡ଼ିଏ ମୋବାଇଲ୍ ନେଇ ଏବେବି ଫେରାର ଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ