Masthead

୧୨ ଚୋର ଗିରଫ

ସୋର (ବଡ଼ ଖବର ବ୍ୟୁରୋ): ଆଇଫୋନ ଚୋରି କରି ଫସିଲେ ୧୨ ଚୋର । ବେଲୁନ ବିକା ବାହାନାରେ ଲୁଟୁଥିଲେ ମୋବାଇଲ ଓ ପର୍ସ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଂଚଳରେ । ୧୨ ଜଣ ପକେଟମାରଙ୍କୁ ଗିରଫ କରି ୨୬ ଟି ମୋବାଇଲ ଜବତ କରିଛି ସିମୁଳିଆ ପୋଲିସ । ଭଦ୍ରକ କାଳୀପୂଜାରେ ବେଲୁନ ଓ ପେଁକାଳୀ ବିକିବା ସହ ଭିଡ଼ ଭିତରେ ଏହି ଚୋରମାନେ କରୁଥିଲେ ହାତ ସଫେଇ ।ଲୋକଙ୍କ ଗହଳି ଭିତରେ ପଶି ଲୋକମାନଙ୍କ ମୋବାଇଲ ଓ ପର୍ସ ଚୋରି କରି ଫେରାର ହେଉଥିଲେ ।
ଭଦ୍ରକ ଚରମ୍ପାରେ କାଳୀପୂଜା ଚାଲୁଥିବା ବେଳେ ଏହିପରି ଭାବେ ଅନେକ ଲୋକଙ୍କ ମୋବାଇଲ ଚୋରି ହୋଇଥିଲା ଏବଂ ସେ ବାବଦରେ ଭଦ୍ରକ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ଜୈନକ ବ୍ୟକ୍ତିଙ୍କ ଆଇ ଫୋନ ଚୋରୀକୁ ନେଇ ସେ ସିମୁଳିଆ ଥାନାର ଦ୍ବାରସ୍ଥ ହୋଇଥିଲେ। ସିମୁଳିଆ ଥାନା ପୋଲିସ ମୋବାଇଲକୁ ଟ୍ରାକ କରିଥିଲେ । ତୁଳସୀ ଆଶ୍ରମ ନିକଟରେ ଥିବା ଝାଉଁ ବଣରେ ଏକ କ୍ୟାମ୍ପ କରି ରହୁଥିବା କିଛି ବୁଲା ବିକାଳୀ ରାତିରେ ସେଠାରେ ଆଶ୍ରୟ ନେଇଥିବା ବେଳେ ସେଠାରେ ପୋଲିସ ପହଞ୍ଚିଥିଲା ଏବଂ ପୋଲିସକୁ ଦେଖି ସେମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ ସିମୁଳିଆ ପୋଲିସ ହାତରେ ଧରା ପଡ଼ିଥିଲେ ।ଚୋରମାନଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥୁବାବେଳେ ଚୋରି ହୋଇଥିବା ମୋବାଇଲକୁ ନେବା ପାଇଁ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଚୋରମାଙ୍କ ମଧ୍ୟରେ ଅନେକ ଛୋଟ ଛୋଟ ପିଲା ଏବଂ ମହିଳା ମାନେ ଥିବାବେଳେ କିଛି ପୁରୁଷ ଲୋକ ଅନେକ ଗୁଡ଼ିଏ ମୋବାଇଲ୍ ନେଇ ଏବେବି ଫେରାର ଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି