Masthead

ମଦ ବନ୍ଦ ନେଇ ତାତିଲେ ମହିଳା

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ମଦ ବନ୍ଦ ନେଇ ତାତିଲେ ମହିଳା । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ବିଲାଇସରଡାରେ ଏସ୍ଏଚଜି ମହିଳାଙ୍କ ମଦ ବିରୋଧୀ ଅଭିଯାନ । ଗାଁରେ ବିପୁଳ ପରିମାଣରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି । ମଦ ପିଇ ଲୋକେ ଉତ୍ପାତ କରୁଥିବାରୁ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି । ମଦ ବିକ୍ରି ବନ୍ଦ ଲାଗି ପୋଲିସ ଅବକାରୀ ବିଭାଗକୁ ଜଣାଇବା ପରେ ବି କେହି ଧ୍ୟାନ ଦେଉନାହାନ୍ତି । ତେଣୁ ଗାଁରେ ସମସ୍ତେ ଏକଜୁଟ ହୋଇ ମଦ ବନ୍ଦ ବିରୋଧୀ ଅଭିଯାନ ପାଇଁ ସଂକଳ୍ପ ନେଇଛନ୍ତି । ଏବଂ ଗାଁରେ ଦେଶୀ ବିଦେଶୀ ମଦ ବନ୍ଦ ପାଇଁ ଶୋଭାଯାତ୍ରା କରିବା ସତ୍ତ୍ୱେ ବିଭାଗ କୌଣସି ପଦକ୍ଷେପ ନେଉନି । ତେଣୁ ବାଧ୍ୟ ହୋଇ ଜିଲ୍ଲାପାଳ ଓ ଅବକାରୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳାମାନେ । ଏନେଇ ଉପଜିଲ୍ଲାପାଳ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି । ସେପଟେ ବେଆଇନ ମଦ କାରବାର ନେଇ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’