Masthead

୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ଧରାପଡିଲେ ୧୬ ଜଣ ହାର୍ଡକୋର ମାଓବାଦୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ଯବାନମାନେ ଏହି ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗାଙ୍ଗାଲୁର, ବାସାଗୁଡା ଏବଂ ଜାଙ୍ଗଲା ଜଙ୍ଗଲରେ ଏସଟିଏଫ, ଡିଆରଜି ଓ ସିଆରପିଏଫ ଯବାନଙ୍କ କୁମ୍ବିଂ ଅପରେସନ ବେଳେ ୧୬ ଜଣ ମାଓବାଦୀ ଗିରଫ ହୋଇଥିବା ନେଇ ସୁଚନା ଦେଇଛନ୍ତି ବିଜାପୁର ଏସପି । ଏମାନେ ମାଓ ସଙ୍ଗଠନରେ ଦୀର୍ଘ ବର୍ଷ ଧରି ରହିବା ସହ ଅନେକ ହିଂସା କାଣ୍ଡରେ ସାମିଲ୍ ଅଛନ୍ତି । ଏମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଯାହା ମଧ୍ୟରେ ରହିଛି ଆଇ.ଇ.ଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍ । ଅଧିକ ପଚରା ଉଚୁରା କରିବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସପି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ