Masthead

ରାଜଧାନୀରେ ୧୭୮୧ ଡେଙ୍ଗୁ ଚିହ୍ନଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟାପୁଛି ଡେଙ୍ଗୁ । ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଉ କିଛି ଦିନ ଗଲେ ଡେଙ୍ଗୁ ୨ ହଜାର ଛୁଇଁବ । ସୋମବାର ୫୧ ଡେଙ୍ଗୁ ରୋଗୀ ପୁଣି ଚିହ୍ନଟ ହୋଇଛନ୍ତି । କେବଳ କ୍ୟାପିଟାଲ ହସ୍ପିଟାଲକୁ ଆସି ୧ ହଜାରରୁ ଅଧିକ ଆକ୍ରାନ୍ତ ଡେଙ୍ଗୁ ପରୀକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୧୭୮୧ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି ।

ପ୍ରତିଦିନ ଶତାଧୀକ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଆସି ଡେଙ୍ଗୁ ପରୀକ୍ଷା କରୁଛନ୍ତି । ସେଥିମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ବାହାରୁଥିବାରୁ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱରରୁ ଡେଙ୍ଗୁ କମିବାର ନା ଧରୁନାହିଁ । ସବୁ ଅଞ୍ଚଳରୁ ଡେଙ୍ଗୁ ବ୍ୟାପିଗଲାଣି । ତେବେ ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସଂଖ୍ୟା ୧୭୮୧ ରେ ପହଞ୍ଚିବା ବେଳେ ଏମାନଙ୍କ ମଧ୍ୟରୁ ୧୧୭୭ ଆରୋଗ୍ୟ ଲାଭ କରିଛନ୍ତି । ଦିନକୁ ଦିନ କ୍ୟାପିଟାଲ ହସ୍ପିଟାଲ ସମେତ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ଡେଙ୍ଗୁ ରୋଗୀଙ୍କ ଭିଡ ଜମୁଥିବାର ଦେଖିବାକୁ ମିଳୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ