Masthead

ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ଦଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ସଂସଦ ଭବନ ଉଦଘାଟନ ବିବାଦ । ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ୧୯ ଦଳ । କଂଗ୍ରେସର ମଲ୍ଲିକାର୍ଜ୍ଜୁନ ଖଡଗେ, ଡିଏମକେ-ଏମକେ ଷ୍ଟାଲିନ, ଆପର ଅରବିନ୍ଦ କେଜ୍ରିୱାଲ, ଶିବସେନାର ଉଦ୍ଧବ ଠାକରେ, ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ସିପିଆଇର ଡି. ରାଜା, ଜେଏମଏମରୁ ଶିବୁ ସୋରେନ, କେରଳ କଂଗ୍ରେସର କେ ସୁଧାକରନ, ରାଷ୍ଟ୍ରୀୟ ଲୋକଦଳର ଡ଼. ସୁଭାଷ ଗର୍ଗ, ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ, ଜେଡିୟୁର ନୀତୀଶ କୁମାର, ସିପିଆଇ (ଏମ୍)ର ସୀତାରାମ ୟେଚୁରୀ, ଆରଜେଡି-ଲାଲୁ ପ୍ରସାଦ ଯାଦବ ପ୍ରମୁଖ ନୂଆ ସଂସଦ ଭବନ ଉଦଘାଟନକୁ ବର୍ଜନ କରିବେ ।

ସେପଟେ କଂଗ୍ରେସ କହିଛି ରାଷ୍ଟ୍ରପତି ଦେଶ ଓ ସଂସଦର ମୁଖ୍ୟ । ରାଷ୍ଟ୍ରପତି ନୂଆ ସଂସଦ ଭବନର ଉଦଘାଟନ କରନ୍ତୁ । ସେପଟେ ବିଜେପି କହିଛି ସରକାରର ମୁଖ୍ୟ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଭୂମି ପୂଜା କରିଛନ୍ତି, ସେ ଉଦଘାଟନ କରିବେ । ମେ’ ୨୮ରେ ଉଦଘାଟିତ ହେବ ନବ ନିର୍ମିତ ସଂସଦ ଭବନ । ମାତ୍ର ଉଦଘାଟନ ପୂର୍ବରୁ ଜୋର ଧରିଛି ରାଜନୀତି । ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ବିରୋଧୀ କଂଗ୍ରେସ ଦାବି କରୁଥିବା ବେଳେ ବିଜେପି କହିଛି କଂଗ୍ରେସ କରୁଛି ଶସ୍ତା ରାଜନୀତି । ନବ ନିର୍ମିତ ଅତ୍ୟାଧୁନିକ ସଂସଦ ଭବନ ଉଦଘାଟନକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିର ଉଦଘାଟନକୁ ନେଇ ବିରୋଧୀ ଓ ଶାସକ ମଧ୍ୟରେ ଚାଲିଛି ରାଜନୀତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା